ଟିଟିଲାଗଡ଼: ବାଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ ନାନାଝର ଗାଁରୁ ଚୋରମରା ଗାଁରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ଯାତ୍ରୀବାହୀ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ନାନାଝର ଗ୍ରାମରୁ ବାହାଘର ସାରି ଭୋଜି ଖାଇ ଗ୍ରାମବାସୀ ଏକ ପିକ୍-ଅପ୍ ଭ୍ୟାନ୍ ଯୋଗେ ଚୋରମରା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ରିଗଡୁଲ ନିକଟରେ ପିକ୍-ଅପ୍ ଭ୍ୟାନ୍ଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ରାମଭୋଇ ବୟସ ୫୦ଙ୍କ ମୃତ୍ୟୁ ହୋଇଥିବା ବେଳେ ପିକ୍ଅପ୍ ଭ୍ୟାନ୍ରେ ଥିବା ୧୦ରୁ ଊର୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସକୁ ଖବର ଦେବା ସହିତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଟିଟଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତରଙ୍କ ଅବସ୍ଥା ଦେଖି ଡାକ୍ତର ବଲାଙ୍ଗୀର ସ୍ଥାନାନ୍ତର କରି ଦେଇଥିଲେ।