କରଞ୍ଜିଆପଡ଼ାରେ କାଠ ଜବତ

ସାହାରପଡ଼ା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜିଆପଡ଼ା ଗ୍ରାମରେ ଆଜି ପାଟଣା ବନ ବିଭାଗ ଓ ପାଟଣା ଥାନା ପକ୍ଷରୁ ମିଳିତ ଚଢଉ କରାଯାଇ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ପତ୍ନୀ ଦମୟନ୍ତୀ ଦାସଙ୍କ ଘରେ ଗଚ୍ଛିତ ଟ୍ରାକ୍ଟର ଭର୍ତ୍ତି ଚୋରା କାଠ ଜବତ କରାଯାଇଛି। ୬୦ ଖଣ୍ଡରୁ ଅଧିକ ପଟା ଓ ଘର ବନ୍ଧ ଦମୟନ୍ତୀଙ୍କ ଘରେ କାଟି ରଖାଯାଇଥିବା ଖବର ମିଳିବା ପରେ ଚଢ଼ଉ କରାଯାଇଥିଲା। ଜବତ କାଠ ଗୁଡ଼ିକ ସାହାରପଡା ବନ କାର୍ଯ୍ୟାଳୟକୁ ନିଆ ଯାଇଛି। ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ, ଆରକ୍ଷୀ ଉପ ନିରୀକ୍ଷକ ରଣଜିତ୍ ପଟ୍ଟନାୟକ, ପାଟଣା ଉପ ବନାଞ୍ଚଳ ଅଧିକାରୀ ଖଗେଶ୍ବର ବାରିକ, ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ଓ ବନ ବିଭାଗର ପାରାଷ୍ଟାପ ଏହି ମିଳିତ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର