ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବତ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ରେଞ୍ଜ୍ ଅଧୀନ କରଡ଼ା ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଜଣକ ହେଉଛି, ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ। ତା’ଠାରୁ ଏକ ଦେଶୀ ବନ୍ଧୁକ ସମେତ କିଛି ଗୁଳି ଓ ବାରୁଦ ଜବତ ହୋଇଛି। ଆଜି ସକାଳେ ତିନିଜଣ ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ଯୋଜନା କରୁଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ କରଡ଼ା ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ। ତେବେ ଦୁଇଜଣ ଫେରାର୍ ହେବାରେ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ଶିକାରୀ ସଂଜୟକୁ କାବୁ କରାଯାଇଛି ବୋଲି ରାଇକିଆ ରେଞ୍ଜର୍ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ଏହି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ ନିଆଁ ଲଗାଇ ବନ୍ୟଜନ୍ତୁଙ୍କୁ ଶିକାର କରି ମାଂସ ଓ ଚମଡ଼ା ବିକ୍ରି କରୁଛନ୍ତି। ଫେରାର୍ ଦୁଇ ଶିକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର