ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ 

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ନବରଙ୍ଗପୁର ରୋଡପର୍ଲି ଗ୍ରାମ ନିକଟରେ ୨ ଜଣ ଯୁବକଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ମୃତକମାନେ ‌ହେଲେ ପର୍ଲି ଗ୍ରାମର। ସେମାନଙ୍କର ପରିଚୟ ମିଳିପାରି ନାହିଁ। ଦୁଇ ଯୁବକ ଏକ ବାଇକରେ ବୋରିଗୁମ୍ମା ଅଭିମୁଖେ ଯିବା ସମୟରେ ଅଜଣା ଗାଡି ଧକ୍କାର ସମ୍ମୁଖନୀ ହୋଇଥିଲେ। ବୋରିଗୁମ୍ମା ପୁଲିସ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ମେଡିକାଲକୁ ସ୍ଥାନାନ୍ତରିତ କରିଛି।

ପ୍ରକାଶ ଥାଉକି ସେହି ପର୍ଲି ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଅଂଚଳକୁ ବ୍ଲାକ ସ୍ପଟ ଘୋଷଣା କରାଯାଇଛି। ସେହି ଦୁଘଟଣା ଘଟିଥିବା ସମୟରେ ନବରଙ୍ଗପୁରରୁ ବୋରିଗୁମ୍ମା ପଟକୁ ଗୋଚାଲାଣ ହେଉଥିବାର ଦୃଶ୍ୟ ନଜରକୁ ଆସିଛି।

ସମ୍ବନ୍ଧିତ ଖବର