ଆସିକାରେ ବ୍ୟାଣ୍ଡ ସୋ’ ପ୍ରଦର୍ଶନୀ ସହ ପୁଲିସ ପ୍ୟାରେଡ ଅନୁଷ୍ଠିତ

ଆସିକା: ସ୍ଥାନୀୟ ପୁଲିସ ପକ୍ଷରୁ ଶୁକ୍ରବାର ଦିନ ସହରରେ ଆକର୍ଷଣୀୟ ପୁଲିସ ବ୍ୟାଣ୍ଡ ପ୍ରଦର୍ଶନୀ ସହ ପୁଲିସ୍‌ ପ୍ୟାରେଡ ଅନୁଷ୍ଠିତ ହୋଇଛି। ପୁଲିସ ପତାକା ଦିବସ ପାଳନ ଅବସରରେ କରୋନା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସହିଦ ପୁଲିସଙ୍କ ସ୍ମୃତି ଓ ସମ୍ମାନ ଜଣାଇବା ଲକ୍ଷ୍ୟରେ ଏହି ବ୍ୟାଣ୍ଡ ପ୍ରଦର୍ଶନୀ ପରିକ୍ରମା କରିଥିଲା।

ପୁଲିସ ଉପଖଣ୍ଡ କାର୍ଯ୍ୟାଳୟରୁ ଆସିକାର ବିଭିନ୍ନ ଅଂଚଳରେ ପରିକ୍ରମା କରି ବସଷ୍ଟାଣ୍ଡ ଛକ ଠାରେ ଏହା ଶେଷ ହୋଇଥିଲା। ଶିକ୍ଷା ନିବେଶ ଆଇ.ପି.ଏସ ଜି. ରାଘବେନ୍ଦ୍ର, ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନଙ୍କ ଉପସ୍ଥିତିରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏହାର ସଂଯୋଜନା କରିଥିଲେ। ଆମ ପୁଲିସ ସମିତିର ସଭ୍ୟ ସତ୍ୟ ନାରାୟଣ ରଥ, ଅଜିତ୍‌ ପଟ୍ଟନାୟକ, ଏମ୍‌ ତାରିଣୀ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଥର ଆସିକାରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ପୁଲିସ ବ୍ୟାଣ୍ଡ ଲୋକମାନେ ଦେଖିବାର ସୁଯୋଗ ପାଇଲେ ଏବଂ କରୋନା ଯୋଦ୍ଧାଙ୍କୁ ଏହି ଅବସରରେ ସମ୍ମାନ ଜଣାଇଥିଲେ।

ସମ୍ବନ୍ଧିତ ଖବର