ଝାରସୁଗୁଡ଼ାରେ ୨୦୨୦ରେ ଘଟିଛି ୧୬ ହତ୍ୟା, ୫୯ ଦୁଷ୍କର୍ମ

ଝାରସୁଗୁଡ଼ା: ୨୦୨୦ରେ ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ୧୬ଟି ହତ୍ୟାକାଣ୍ଡ। ଏଥି ମଧ୍ୟରୁ ପୁଲିସ ମାତ୍ର ୪ଟି ଘଟଣାରେ ଚାର୍ଜସିଟି ଦାଖଲ କରିପାରିଛି। ଝାରସୁଗୁଡ଼ା ଥାନାରେ ୧, କଲୋବିରା ଥାନାରେ ୨, ଲଇକେରା ଥାନାରେ ୫, ଓରିଏଣ୍ଟ ଥାନାରେ ୧, ଲଖନପୁର ଥାନାରେ ୨, ବ୍ରଜରାଜନଗର ଥାନାରେ ୫ଟି ମାମଲା ରୁଜୁ ହୋଇଛି। ଏହି ସମସ୍ତ ହତ୍ୟାକାଣ୍ଡରେ ପୁଲିସ ୧୪ ପୁରୁଷ ଓ ୩ ମହିଳାଙ୍କୁ ଗିରଫ କରିଛି। ବଡ଼ମାଲ, ବେଲପାହାଡ଼, ରେଙ୍ଗାଲି ଓ ବନହରପାଲି ଥାନାରେ ଗୋଟିଏ ମଧ୍ୟ ହତ୍ୟାକାଣ୍ଡ ଘଟି ନଥିବା ଜଣାଯାଇଛି।

ଜିଲ୍ଲାରେ ମୋଟ ୫୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଝାରସୁଗୁଡ଼ା ଥାନାରେ ସର୍ବାଧିକ ୨୫ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ବଡ଼ମାଲ ଥାନାରେ ୪ , କଲୋବିରା ଥାନାରେ ୩ , ଲଇକେରା ଥାନାରେ ୪, ଓରିଏଣ୍ଟ ଥାନାରେ ୨, ବେଲପାହାଡ଼ ଥାନାରେ ୫, ଲଖନପୁର ଥାନାରେ ୨, ରେଙ୍ଗାଲି ଥାନାରେ ୪, ବନହରପାଲି ଥା‌ନାରେ ୪ ଓ ବ୍ରଜରାଜନଗର ଥାନାରେ ୬ ଗୋଟି ମାମଲା ହୋଇଛି। ଏହି ଦୁଷ୍କର୍ମ ମାମଲାରେ ୫୪ ପୁରୁଷ ଓ ଜଣେ ମହିଳା ଗିରଫ ହୋଇଥିଲେ।  ଜିଲ୍ଲାରେ ମୋଟ ୪୦ଟି ଦଙ୍ଗା ମାମଲା ହୋଇଛି। ଝାରସୁଗୁଡ଼ା ଥାନା‌ରେ ୧୩, କଲୋବିରାରେ ଥାନାରେ ୬, ଲଇକେରା ଥାନାରେ ୧୪, ଲଖନପୁର ଥାନାରେ ୩, ରେଙ୍ଗାଲି ଥାନାରେ ୧, ବେଲପାହାଡ଼ ଥାନାରେ ୧ ଓ ବ୍ରଜରାଜନଗର ଥାନାରେ ୨ଟି ମାମଲା ହୋଇଥିବା ବେଳେ ଏଥିରେ ୧୨୨ ପୁରୁଷ ଓ ୪ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା। ୨୦୨୦ ବର୍ଷରେ ମୋଟ ୩୮ଟି ଲୁଟ୍‌ ମାମଲା ରୁଜୁ ହୋଇଛି। ଏଥିରେ ଝାରସୁଗୁଡ଼ା ଥାନାରେ ୧୬, ବଡ଼ମାଲ ଥାନାରେ ୨, କଲୋବିରା, ଲଇକେରା, ଓରିଏଣ୍ଟ ଓ ଲଖନପୁର ଥାନାରେ ଗୋଟିଏ ଲେଖାଁଏ ମାମଲା, ବେଲପାହାଡ଼ ଥାନାରେ ୩, ବନହରପାଲି ଥାନାରେ ୨ ଓ ବ୍ରଜରାଜନଗର ଥାନାରେ ୧୧ଟି ମାମଲା ରୁଜୁ ହୋଇଛି। ଏହି ଲୁଟ୍‌ ମାମଲାରେ ପୁଲିସ ୫୧ ପୁରୁଷଙ୍କୁ ଗିରଫ କରିଛି।

ଜିଲ୍ଲାରେ ମୋଟ ୮୬ ଗୋଟି ଠକେଇ ମାମଲା ହୋଇଛି। ଏଥିରେ ଝାରସୁଗୁଡ଼ା ଥାନାରେ ୩୬ ଗୋଟି ମାମଲା, ବଡ଼ମାଲ ଥାନାରେ ୫, କଲୋବିରା ଓ ଲଖନପୁର ଥାନାରେ ଗୋଟଏ ଲେଖାଁଏ, ଓରିଏଣ୍ଟ ଥାନାରେ ୫, ବେଲପାହାଡ଼ ଥାନାରେ ୭ ଓ ବ୍ରଜରାଜନଗର ଥାନାରେ ୧୪ ଠକେଇ ମାମଲା ହୋଇ ୨୭ ପୁରୁଷ ଓ ଜଣେ ମହିଳା ଗିରଫ ହୋଇଛନ୍ତି। ଜିଲ୍ଲାରେ ମୋଟ ୨୦୪ଟି ଚୋରି ମାମଲା ହୋଇଛି। ଝାରସୁଗୁଡ଼ା ଥାନାରେ ସର୍ବାଧିକ ୬୫, ବଡ଼ମାଲ ଥାନାରେ ୧୯, କୋଲାବିରା ଥାନାରେ ୧୧, ଲଇକେରା ଥାନାରେ ୭ , ବେଲପାହାଡ଼ ଥାନାରେ ୧୪, ଲଖନପୁର ଥାନାରେ ୧୧, ବନହରପାଲି ଥାନାରେ ୧୭ ଓ ବ୍ରଜରାଜନଗର ଥାନାରେ ୩୭ ଗୋଟି ମାମଲା ରୁଜୁ ହୋଇଛି। ଏଥିରେ ୨୬୯ ବ୍ୟକ୍ତି ଗିରଫ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୦୩ ସିନ୍ଧି ଚୋରି ମାମଲା ହୋଇଛି। ଝାରସୁଗୁଡ଼ା ଥାନାରେ ୨୫, ବଡ଼ମାଲ ଥାନାରେ ୯, କଲୋବିରା ଥାନାରେ ୩ , ଲଇକେରା ଥାନାରେ ୪, ଓରିଏଣ୍ଟ ଥାନାରେ ୭ , ବେଲପାହାଡ଼ ଥାନାରେ ୮, ଲଖନପୁର ଥାନାରେ ୩, ରେଙ୍ଗାଲି ଥାନାରେ ୮, ବନହରପାଲି ଥାନାରେ ୮ ଓ ବ୍ରଜରାଜନଗର ଥାନାରେ ୨୮ ମାମଲାରେ ମୋଟ ୧୫୯ ବ୍ୟକ୍ତି ଗିରଫ ହୋଇଛନ୍ତି। ଜିଲ୍ଲରେ ମୋଟ ୬୦ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୩୦, କଲୋବିରା ଥାନାରେ ୧, ଲଇକେରାରେ ୧, ଓରିଏଣ୍ଟ ଥାନାରେ ୪, ବେଲପାହାଡ଼ ଥାନାରେ ୬, ରେଙ୍ଗାଲି ଥାନାରେ ୩, ବନହରପାଲି ଥାନାରେ ୫ ଓ ବ୍ରଜରାଜନଗର ଥାନାରେ ୧୦ଟି ମାମଲା ରୁଜୁ ହୋଇ ୬ ଜଣ ଗିରଫ ହୋଇଛନ୍ତି।

ସେହିପରି ଜିଲ୍ଲାରେ ମୋଟ ୫ଟି ଡକାୟତି ଘଟଣା ଘଟିଛି। ଏଥିରେ ଝାରସୁଗୁଡ଼ା ଓ ବ୍ରଜରାଜନଗର ଥାନରେ ୨ ଗୋଟି ଲେଖାଁଏ ଓବେଲପାହାଡ଼ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ‌ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ୨୭୩୪ଟି ଅନ୍ୟାନ୍ୟ  ମାମଲା ରୁଜୁ ହୋଇଛି। ଏହି ମାମଲାରେ ମୋଟ ୨୦୧୬ ଜଣ ପୁରୁଷ ଓ ୩୦ ଜଣ ମହିଳା ଗିରଫ ହୋଇ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର