ଅନଲାଇନ୍ ଲୁଟେରାଙ୍କ ଆକାଉଣ୍ଟ ବ୍ଲକ୍ କରି ଟଙ୍କା ଫେରାଇଲା ପୁଲିସ

ଭୁବନେଶ୍ବର: ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସର ଏକ ସଫଳତା ସାମ୍ନାକୁ ଆସିଛି। ପୁଲିସର ଉଦ୍ୟମ ହେତୁ ସାଇବର ଲୁଟେରାଙ୍କ ତରିକା ଫେଲ ମାରିଛି। ପୁଲିସ ଅନଲାଇନ୍ ଲୁଟେରାଙ୍କ ଆକାଉଣ୍ଟ୍ ବ୍ଲକ କରି ପୀଡ଼ିତଙ୍କୁ ୩ ଲକ୍ଷ ଫେରାଇ ଦେଇଛି । ମୋବାଇଲ୍ ଟାୱାର ନାଁରେ ଏହି ଟଙ୍କା ଠକି ନେଇଥିଲେ ସାଇବର ଠକ ।

ଅନୁଗୁଳର ବସନ୍ତ ଛତର ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଥିଲେ । ମୋବାଇଲ୍ ଟାୱାର ବସାଇବା ନାଁରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ଏହାପରେ ଠକେଇର ଶିକାର ହୋଇଥିବା ବସନ୍ତ ଛତର ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ସେଲ ଅନଲାଇନ ଲୁଟେରାଙ୍କ ଆକାଉଣ୍ଟ ବ୍ଲକ କରି ୩ ଲକ୍ଷ ଟଙ୍କା ଫେରାଇଥିଲା।

ବର୍ତ୍ତମାନ ସମୟରେ ଅନଲାଇନରେ ସାଇବର ଠକମାନେ ସକ୍ରିୟ ରହିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ  ଅନଲାଇନରେ ଲୁଟୁଛନ୍ତି । ଗତ କିଛି ଦିନ ହେବ ଏଭଳି ମାମଲା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଏଭଳି ଠକଙ୍କଠାରୁ ସତର୍କ ରହିବାକୁ ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଉଛି ।

ସମ୍ବନ୍ଧିତ ଖବର