ପୁଣି ପୁଲିସ-ଗ୍ରାମବାସୀ ମୁହାଁମୁହିଁ: ୧୫ ଗିରଫ:ଦୁଇ ପୁଲିସ କର୍ମଚାରୀ ଆହତ

ବଡ଼କୁଚୁଳୁରେ ହାଇଟେକ୍‌ ସର୍ଭେକୁ ନେଇ ବିବାଦ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ବଡ଼କୁଚୁଲୁୁ ଗ୍ରାମରେ ହାଇଟେକ୍‌ ସର୍ଭେକୁ ନେଇ ପୁଲିସ ଗ୍ରାମବାସୀ-ପୁଲିସ ମୁହାଁମୁହିଁ ହୋଇଛନ୍ତି। ବେଆଇନ ଭାବେ ନିର୍ମିତ ଗେଟ୍‌କୁ ପୁଲିସ ଭାଙ୍ଗୁଥିବା ବେଳେ ଆଜି ପ୍ରବଳ ବିରୋଧ ହୋଇଥିଲା। ଫଳରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସକୁ ଆକ୍ରମଣ ଘଟଣାରେ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ଜଣେ ଛାତ୍ରୀ ଥିବା ଜଣାପଡ଼ିଛି।
ବଡ଼କୁଚୁଲୁ ଗ୍ରାମରେ ହାଇଟେକ୍‌ ସର୍ଭେକୁ ଗତ କିଛି ମାସ ହେଲା ବିବାଦ ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ଗ୍ରାମର ପ୍ରବେଶ ପଥରେ ଏକ ଗେଟ୍‌ ସର୍ଭେ କାର୍ଯ୍ୟକୁ ବିରୋଧ କରି ଆସୁଛନ୍ତି। ସେମାନଙ୍କ ବିପକ୍ଷ ଗୋଷ୍ଠୀ ଗେଟ୍‌କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ସହିତ ରାଜଗାଙ୍ଗପୁର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଆଜି ଏହି ଗେଟ୍‌କୁ ଭାଙ୍ଗି ଫେରୁଥିବା ବେଳେ ୬୦ରୁ ଅଧିକ ଗ୍ରାମବାସୀ ପୁଲିସ ଗାଡ଼ିକୁ ଅଟକାଇ ପଥର ମାଡ଼ କରିଥିଲେ। ଫଳରେ ପୁଲିସ ପକ୍ଷରୁ ଏହାର ପ୍ରତିରୋଧ କରାଯାଇଥିଲା। ପଥର ମାଡ଼ରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲା। ପୂର୍ବରୁ ହାଇଟେକ୍‌ ସର୍ଭେକୁ ନେଇ କୁକୁଡ଼ାମୁଣ୍ଡା ସରପଞ୍ଚ ସୁକେସିନୀ ଏକ୍କା ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ୨ଟି କେଶ୍‌ କରାଯାଇଥିଲା। ଆଜି ସକାଳେ ଅତିରିକ୍ତ ଏସ୍‌ପି ରବି ନାରାୟଣ ବାରିକ କୁକୁଡାମୁଣ୍ଡା ସରପଞ୍ଚଙ୍କ ସହିତ ଆଲୋଚନା କରି ଗେଟ୍‌ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ। ରାଜଗାଙ୍ଗପୁର ପୁଲସ ଭାରତୀୟ ପିଙ୍ଗଳ କୋଡ ଧାରା ୩୪୧, ୧୪୮, ୧୪୭, ୩୩୬, ୧୮୬, ୫୦୬, ୩୨୩, ୧୪୯ରେ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର