ବିଧାୟକଙ୍କ ଗାଁରେ ରାଜନୈତିକ ହିଂସା: ୩ ଆହତ

ରାମଚନ୍ଦ୍ରପୁର: ଘସିପୁରା ନିର୍ବାଚନମଣ୍ତଳୀର ଅତି ସମ୍ବେଦନଶୀଳ ଅଞ୍ଚଳ ଗଡ଼ବାନ୍ଧଗୋଡା ପଞ୍ଚାୟତରେ ଘଡିକେ ଘୋଡା ଛୁଟିଛି ।ଏହି ପଞ୍ଚାୟତରେ ଖୋଦ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଘର ହୋଇଥିବା ବେଳେ ଏଠି ବିଜେଡି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପର ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ଏହାରେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ଗୋଷ୍ଠୀ ଏବଂ ବିଧାୟକ ଶ୍ରୀ ପାତ୍ରଙ୍କ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେୁଛନ୍ତି। ଆଜି ସଂଧ୍ୟାରେ ଗଡବାନ୍ଧଗୋଡା ଜରକ ସାହି ଛକରେ  କୌଣସି ଏକ କଥାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ ।ଏଥିରେ ବିଧାୟକଙ୍କ ସମ୍ପର୍କୀୟ ଭାଇ ଶାନ୍ତନୁ ପାତ୍ର(୫୨),  ପୁତୁରା ଅଭିଳାଶ ପାତ୍ର(୩୨) ଏବଂ ଜୟନ୍ତ ଗାନ୍ଧି ବିଶ୍ବାଳ(୫୧) ଆହତ ହୋଇଛନ୍ତି । ସମସ୍ତ ଆହାତମାନଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଗଡ଼ବାନ୍ଧଗୋଡାରେ ଉତ୍ତେଜନା ସୃଷ୍ଟି ହୋଇଛି । ରାମଚନ୍ଦ୍ରପୁର ପୁଲିସ ଘଟଣାକୁ ଗୁରୁତର ସହକାରେ ଗ୍ରହଣ କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର