ପିପିଲିରେ ରାଜନୈତିକ ହିଂସା, ବିଜେଡ଼ି ଜିଲ୍ଲା ପରିଷଦ ସମର୍ଥିତ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ : ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ରାଜନୈତିକ ହିଂସାର ଖବର ମିଳିବାରେ ଲାଗିଛି । ଆଜି ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ପ୍ରଚାର ବେଳେ ଜଣେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆକ୍ରମଣର ଶିକାର ହୋଇଥିବା ପ୍ରାର୍ଥୀ ହେଉଛନ୍ତି ୨୪ ନମ୍ବର ଜିଲ୍ଲା ପରିଷଦ ଜୋନର ଧରଣୀଧର ସ୍ବାଇଁ ।

ନିର୍ବାଚନକୁ ନେଇ ଗାଁ ଗାଁ ମଧ୍ୟରେ ଗଣ୍ଡଗୋଳ ହେବାରୁ ପୁରୀ-ଭୁବନେଶ୍ବର ତେଇଶିପୁରଠାରେ ରାଜରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି । ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଛଡ଼ାଯାଇନଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ପୋଡାଙ୍ଗଠାରେ ଜଣେ ବିଜେପି ପ୍ରାର୍ଥୀଙ୍କୁ ହୋଇଥିବା ଆକ୍ରମଣ ପରେ ପୋଟଳ ଗାଁଠାରେ ଶ୍ରୀ ସ୍ବାଇଁଙ୍କୁ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ବିଜେଡ଼ି କର୍ମୀମାନେ ରାସ୍ତାରୋକ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର