ଇଟାଭାଟି ମାଳ ମାଳ : ପରିବେଶ ପ୍ରଦୂଷଣକୁ ରୋକିବ କି ପ୍ରଶାସନ?

ଜୟପୁର: କରୋନା ପାଇଁ କିଛି ଦିନ ବନ୍ଦ ରହିଥିଲା ମାଟିରେ ତିଆରି ଇଟା ଭାଟି। ଏବେ ପରିସ୍ଥିତି ସ୍ବାଭାବିକ ହେବା ପରେ ସହର ଚାରି ପାର୍ଶ୍ବ ସହ ଜୟପୁର ତହସିଲର ବହୁ ଗାଁରେ ଚାଲିଛି ଶହ ଶହ ଇଟାଭାଟି । ସେଭଳି ପୁର୍ବରୁ ବାହାର ରାଜ୍ୟର ଇଟାଭାଟିକୁ ଯାଇ କାମ କରୁଥିବା ଦାଦନ ଶ୍ରମିକ ଏବେ ସେଠାକୁ ନ ଯାଇ ନିଜ ଅଂଚଳର ଇଟାଭାଟି ଗୁଡିକରେ କାମ କରୁଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ, ଏନଜିଟି ପ୍ରଦୁଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍ ଘୋଷଣା କରିଛନ୍ତି। ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି ।

କାରଣ ମାଟିରୁ ଇଟା ଗଢିବା ଦ୍ବାରା ଉର୍ବର ମାଟି ନଷ୍ଟ ହେଉଛି । ପୁଣି ଇଟା ପୋଡିବା ସମୟରେ ସା˚ଘାତିକ ବାୟୁ ପ୍ରଦୂଷଣ ହୋଇଥାଏ। ଇଟା ଭାଟିରେ ଦିନ ଦିନ ଧରି ନିଆଁ ଲାଗୁଥିବାରୁ ଆଖାପାଖ ଅ˚ଚଳର ତାପମାତ୍ରା ବୃଦ୍ଧି ପାଇଥାଏ। ତେଣୁ ମାଟି ଇଟା ନିର୍ମାଣକୁ ବନ୍ଦ କରି ପାଉଁଶ ତିଆରି ଇଟା ନିର୍ମାଣକୁ ସରକାର ଅନୁମତି ଦେଉଛନ୍ତି। ଏବେ ମାଟି ତିଆରି ଇଟା ନିର୍ମାଣକୁ ସରକାରୀ ଅନୁମତି ଦିଆଯାଉନାହିଁ । ତେବେ ଏହି ନିର୍ଦେଶନାମା ଏଠାରେ କାର୍ଯ୍ୟକାରୀ ହେଉନି। ମୃତ୍ତିକାକୁ ନଷ୍ଟ କରି ଆଇନକୁ ଦଳି ମକଚି ବେଆଇନ୍ ଭାବେ ଚାଳିଛି ଇଟା ଭାଟି।

ଇଟା ଭାଟି କାରଣରୁ ସା˚ଘାତିକ ପ୍ରଦୂଷଣ ହେଉଛି । ଉଦ୍ବେଗଜନକ ଭାବେ ମୃତ୍ତିକା କ୍ଷୟ ବି ହେଉଛି । କିନ୍ତୁ ଏହି ବେଆଇନ୍ ଇଟାଭାଟି ଉପରେ ଅଙ୍କୁଶ ଲଗାଇବାକୁ ଉଚିତ ମନେ କରୁନି ପ୍ରଶାସନ। ବର˚ ସବୁ ଜାଣି ନ ଜାଣିବା ପରି ନୀରବ ରହିଛି । ଜୟପୁର ସହର ଉପକଣ୍ଠରେ ମାଳ ମାଳ ଇଟା ଭାଟି ରହିଛି। ବାରିଣୀପୁଟ, ମକାପୁଟ, ଉମୁରୀ, ଗଡପଦର, ଟାଙ୍କୁଆ, ଏୟାରଷ୍ଟ୍ରିପର ୨ପାର୍ଶ୍ବ , ଚାରିଗାଁ ଆଦି ଅ˚ଚଳରେ ବହୁ ଇଟା ଭାଟି ଚାଲିଛି। ଲକ୍ଷ ଲକ୍ଷ ଇଟା ତିଆରି ହେଉଛି। ଇଟା ଭାଟି କରିବା ପାଇଁ କାହାରିକୁ ବି ଅନୁମତି ଦିଆଯାଇ ନାହିଁ। ତେବେ ଲୋକ ବେଆଇନ୍ ଭାବେ ଇଟା ଭାଟି କରୁଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ କହିବା ମୁତାବକ ସିମେଣ୍ଟ ଇଟା ଓ ମାଟି ଇଟାର ଦର ମଧ୍ୟରେ ବହୁ ଫରକ ରହିଛି। ବିଭିନ୍ନ ସରକାରୀ ଯୋଜନାରେ ଘର ନିର୍ମାଣ ସହ ଆବାସ ଯୋଜନାର ଘର ନିର୍ମାଣ ପାଇଁ ଏହି ଇଟାକୁ ହିଁ ଲୋକେ ପ୍ରାଧାନ୍ୟତା ଦେଉଛନ୍ତି। ସେଭଳି ସହର ଓଗାଁରେ ବ୍ୟାପକ ଭାବେ ଘର ନିର୍ମାଣ ଚାଳିଥିବାରୁ ଇଟାର ବି ବ୍ୟାପକ ଚାହିଦା ରହିଛି। ସିମେଣ୍ଟ ଇଟା ଠାରୁ ମାଟି ପୋଡା ଇଟାର ଦର କମ୍ ରହୁଛି।

ତେଣୁ ଲୋକେ ମାଟି ଇଟାକୁ ହିଁ ପ୍ରାଧାନ୍ୟତା ଦେଉଛନ୍ତି। ଚାହିଦାକୁ ଦୃଷ୍ଟିରେ ରଖି ମାଟି ଇଟା ପୋଡା ବି ଅଧିକା ହେଉଛି। ଗୋଟିଏ ପଟେ ମୃତ୍ତିକା କ୍ଷୟ ଓଅନ୍ୟ ପଟେ ପରିବେଶ ପ୍ରଦୁଷଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି। ଜୟପୁର ତହସିଲ ଅଂଚଳରେ ବ୍ୟାପକ ଭାବେ ଇଟାଭାଟି ହୋଇଥିବା ସଂପର୍କରେ ସୂଚନା ପାଇଛି, ଏବଂ କିଛି ଅଂଚଳରେ ଦେଖିଛି . ଆଗାମୀ ଦିନରେ ଏହାର ଯାଂଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ।

ସମ୍ବନ୍ଧିତ ଖବର