ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଲା କଏଦୀ

ସୋର: ସୋର ସବ ଜେଲର ପିଛା ଛାଡ଼ୁନି ବିବାଦ | ବିଭିନ୍ନ ସମୟରେ ସୋର ସବ ଜେଲରେ ବିଭିନ୍ନ ଅନିୟମିତତାକୁ ନେଇ ଚର୍ଚ୍ଚା ଲାଗିରହିଛି । ତେବେ ଆଜି ସୋର ଜେଲରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଜଣେ ବିଚାରାଧୀନ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛି | ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ସୁଦାମ ନାମକ ବିଚାରାଧିନ କଏଦୀ ଭାବେ ଆଜି ପାଚେରୀ ଡେଇଁ ଦୌଡ଼ି ଫେରାର ହୋଇଯାଇଥିବା ଜଣାପଡିଛି ।

ସୋର ଜେଲର ଭାବେ ପ୍ରିୟମ୍ବତା ପଣ୍ଡା ଆସିବାପରେ କିଛିଦିନ ତଳେ ଜେଲର କଏଦୀ ମାଡ଼ ମରା ଘଟଣା,ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ, ଜଣେ କଏଦୀ ପାଇଖାନାରେ ଆତ୍ମହତ୍ୟା ଘଟଣା,ଜେଲ ଭିତରେ ମୋବାଇଲ ଜବତ ଘଟଣା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ଫେରାର କଏଦୀଙ୍କୁ ଜେଲର ସମେତ ଜେଲ କର୍ମଚାରୀମାନେ ଏବେବି ଖୋଜାଖୋଜି କରୁଛନ୍ତି। ଏ ବିଷୟରେ ଜେଲର ପ୍ରିୟମ୍ବତା ପଣ୍ଡାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର