ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି: ଆଜି ବି ମାଲକାନଗିରି ଜିଲ୍ଲାରେ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳୁଛି। ରାସ୍ତା ନଥିବା ବିଶେଷକରି ଗର୍ଭବତୀ ଏବଂ ଗୁରୁତର ରୋଗୀ ବହୁ ହଇରାଣ ହେଉଥିବା ବେଳେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

ସଦ୍ୟତମ ଘଟଣା କ୍ରମରେ ମାଲକାନଗିରିର ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର କୁନିଗୁଡା ଗ୍ରାମର ବନ୍ଧୁ ଖିଲଙ୍କ ପତ୍ନୀ ଜେମା ଖିଲ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ତେବେ ୧୦୨ ଆମ୍ବୁଲେନସ ସହ ସ୍ଥାନୀୟ ଆଶାକର୍ମୀ ଏବଂ ଲୋକେ ଯୋଗାଯୋଗ କରିବାରୁ ସେ ଗ୍ରାମକୁ ରାସ୍ତା ନଥିବାରୁ ପ୍ରାୟ ତିନି ଚାରି କିଲୋମିଟର ଦୂରରେ ଅଟକି ରହିଥିଲା। ତେବେ ପରିବାର ଲୋକେ ଆଉ ଡେରି ନକରି ଜେମାଙ୍କୁ ଖଟିଆରେ ଶୁଆଇ ଦେଇ ଭାର କରି ଚାଲି ଚାଲି ମୁଖ୍ୟ ରାସ୍ତାରେ ଛିଡା ହୋଇଥିବା ଆମ୍ବୁଲେନସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲେନସ ତୁରନ୍ତ ଜେମାନଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଆଉ କିଛି ସମୟ ଡେରି ହୋଇଥିଲେ ଜେମାଙ୍କର କିଛି ଘଟିବାର ସମ୍ଭାବନା ରହିଥିବା କୁହାଯାଇଛି। ତେବେ ଆଜି ଜିଲ୍ଲାର ବହୁ ଗ୍ରାମକୁ ରାସ୍ତା ନାହିଁ। ପ୍ରଶାସନ ଏବଂ ସରକାରଙ୍କ ତରଫରୁ ଏନେଇ ତୁରନ୍ତ ପଦେକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର