ଜୁଲାଇ ମାସର ୮ ତାରିଖରେ ହସିଲେ ମୃତ୍ୟୁଦଣ୍ଡ ଭୋଗନ୍ତି ଏହି ଦେଶର ନାଗରିକ

ନୂଆଦିଲ୍ଲୀ: ନିଜ ମନମୁତାବକ କେଶ କାଟିବା ଦ୍ୱାରା ଜେଲ ଯିବାକୁ ହେଉ ବା ନିର୍ଦ୍ଦିଷ୍ଟ ତାରିଖରେ ହସିଲେ ଏହି ଦେଶରେ ମୃତ୍ୟୁଦଣ୍ଡ ଭୋଗିବାକୁ ପଡିପାରେ | ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରେ ସାମାନ୍ୟ ଭୁଲ ପାଇଁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥାଏ | ଆଜି ଆମେ ସେହି ଦେଶର କିଛି ନିଷ୍ଠୁର ଆଇନ ବାବଦରେ କହିବୁ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଦେଶ ହେଉଛି ଉତ୍ତର କୋରିଆ | କିମ ଜୋଙ୍ଗ-ଉନ ଏଠାକାର ଏକଛତ୍ରବାଦୀ ଶାସକ ହୋଇଥିବାବେଳେ ଉତ୍ତର କୋରିଆ ଏକ ରହସ୍ୟମୟ ଦେଶ ଭାବରେ ଗଣାଯାଏ | ଉଦାହରଣ ସ୍ୱରୂପ, ଯଦି ଏଠାରେ କରୋନା ମହାମାରୀର ପ୍ରଭାବ ବିଷୟରେ ଆଲୋଚନା କରିବା, ତେବେ ରୋଗୀଙ୍କ ତଥ୍ୟ କିମ୍ବା ମୃତ୍ୟୁ ସଂଖ୍ୟା କେହି ଜାଣନ୍ତି ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଉତ୍ତର କୋରିଆର ଜନସଂଖ୍ୟା ଅଢେଇ କୋଟି ହୋଇଥିବାବେଳେ ୧୯୪୮ ପରଠାରୁ ଗୋଟିଏ ପରିବାରର ୩ ପୁରୁଷଙ୍କ ଦ୍ୱାରା ଶାସନ ଚାଲିଆସୁଛି |

କେତେ କଠୋର ନିୟମ ଜାଣନ୍ତୁ?

୧.ଏଠାରେ ମହିଳା ଏବଂ ପୁରୁଷଙ୍କ ପାଇଁ ଧାର୍ଯ୍ୟ ହୋଇଥିବା କେଶ ଶୈଳୀ  ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି | ଧାର୍ଯ୍ୟ ହେୟାର ଷ୍ଟାଇଲ ଛଡା ଅନ୍ୟ ଷ୍ଟାଇଲରେ କେହି କେଶ କାଟିପାରିବେ ନାହିଁ |

୨. ସେହିପରି, ଜୁଲାଇ ୮, ୧୯୯୪ ରେ ଉତ୍ତର କୋରିଆର ପ୍ରତିଷ୍ଠାତା ତଥା ବର୍ତ୍ତମାନର ଏକଛତ୍ରବାଦୀ ଶାସକଙ୍କ ଜେଜେ କିମ ଇଲ-ସାଙ୍ଗଙ୍କର ଦେହାନ୍ତ ହୋଇଥିଲା। ତେଣୁ ଏହି ଦିନ ଏଠାରେ ହସିବା ଏକ ଦଣ୍ଡନୀୟ ଅପରାଧ। ଏଠାରେ ଲୋକମାନେ ଜୁଲାଇ ୮ରେ କୌଣସି ମନୋରଞ୍ଜନ କରିପାରିବେ ନାହିଁ | ଯିଏ ହସନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଭୋଗିବାକୁ ପଡେ |

୩. ସରକାରଙ୍କ ବିନା ଅନୁମତିରେ ଦେଶ ଛାଡିବାକୁ ବାରଣ କରାଯାଇଛି। ଏଠାରେ ନିୟମ ଏତେ କଠୋର ଯେ ଲୋକମାନେ ଦକ୍ଷିଣ କୋରିଆ ଯିବାକୁ ଚେଷ୍ଟା କରି ନିଜ ଜୀବନକୁ ବିପଦରେ ପକାନ୍ତି |ଯଦି କେହି ବିନା ଅନୁମତିରେ ଦେଶ ଛାଡି ଯିବାକୁ ଚାହାଁନ୍ତି ତେବେ ତାଙ୍କ ଉପରକୁ ଗୁଳି ଚଳାଇବାର ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର