ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ

ଗଡିଶାଗୋଦା : ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମ ପଞ୍ଚାୟତ ବଡଓରା ଗ୍ରାମର ମେରୁ ଚରଣ ମଙ୍ଗରାଜ (୮୦) ମକରା ନଦୀ ଅଡାଲ ସେତୁ ଠାରେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ।  କଣାସ ଅଗ୍ନିଶମ ଅଧିକାରୀ ସୁବାସ ପାତ୍ର ଏବଂ କର୍ମଚାରୀ ମାନେ  ପାୱାର ବୋଟ୍‌ ଏବଂ ବୁଡାଳି ଦଳ  ସାହାଯ୍ୟରେ  ଦୀର୍ଘ ସାଢେ ୪ ଘଣ୍ଟା ଖୋଜାଖୋଜି କରିବା ପରେ ଶବ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ କଣାସ ଅତିରିକ୍ତ ତହସିଲଦାର ସହଦେବ ସାହୁ ପହଞ୍ଚି ଗଡିଶାଗୋଦା ଥାନା ଅଧିକାରୀ ଧୀରାଜ ଲେଙ୍କାଙ୍କୁ  ଶବ ହସ୍ତାନ୍ତର କରିଥିଲେ। ଶ୍ରୀ ଲେଙ୍କା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର