ନାବାଳିକାଙ୍କୁ ଅସଦାଚରଣ କରି ଯୁବକ ଗିରଫ

ପୁରୀ: ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ସମୁଦ୍ରକୂଳ ଥାନା ଇଲାକାର ଜନୈକା ନାବାଳିକା ତାଙ୍କ ସାଙ୍ଗ ଘରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ଗୋରାକବର ଲେନ୍‌ର ରାଜା ଭଞ୍ଜ ଅଟକାଇ ଅସଦାଚରଣ କରିଥିଲା। ନାବାଳିକା ଜଣକ ଏ ସମ୍ପର୍କରେ ତାଙ୍କ ମା’ଙ୍କୁ ଜଣାଇବାରୁ ସେ ରାଜା ଘରକୁ ଯାଇ ପଚରାଉଚରା କରିଥିଲେ। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜା ଓ ତାଙ୍କ ମା ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ରାଜାକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର