ବେଆଇନ୍ ପଥର ଖାଦାନ ଉପରେ ଚଢ଼ାଉ: ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିସ୍ପୋରକ, ଏସ୍କାଭେଟର ଓ କଂପ୍ରେସର ଜବତ

ଜୟପୁର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅର୍ନ୍ତଗତ ସର୍ଗିଗୁଡା ନିକଟସ୍ଥ ଲାଂଜିଆଗୁଡା ପାହାଡ ନିକଟସ୍ଥ ପଥର ଖାନାନ ଉପରେ ପୁଲିସ ଆଜି ଅଚାନକ ଚଢ଼ାଉ କରିଛି। ଏଠାରେ ବେନିୟମଭାବେ ବ୍ୟାପକ ଭାବେ ବିସ୍ଫୋରକ ଜମା ରଖିଥିବା କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ଏଥିରେ ବୋରିଗୁମ୍ମା ଆଇଆଇସି ସଂଜୟ କୁମାର ମଣ୍ଡଳ, ବିସିଂପୁର ଥାନାଅଧିକାରୀ ଦାମୋଦର ବିହାରୀ ସଦଳବଳ ସହ ଚଢ଼ାଉ କରିଥିଲେ। ଏଠାରୁ ପୁଲିସ ୧୦୦କାର୍ଟୁନ୍ ବାରୁଦ, ୪ଟି ଲିଡ୍ ତାର, ୨ଟି ଇଲୋକ୍ଟ୍ରନିକ ଡିଟୋନିଟେର, ୫୦ ବଣ୍ଟଲ ଏକ୍ସଲ ତାର, ୫୦ଟି ଡିଟୋନେଟର ଜବତ କରିଛି। ତା ସହ ସେଠାରେ ଥିବା ଏସ୍କାଭେଟର, କଂପ୍ରେସରକୁ ବି ଜବତ କରାଯାଇଛି। ଘଟଣାସ୍ଥଳରୁ କ୍ବାରୀର ମାଲିକ କେ. ଶ୍ରୀନିବାସଙ୍କ ପୁଅ କେ.ରିଶୀ, ବିସ୍ପୋରକ ପୁଟାଉଥିବା ପି.ବାଳରାଜୁଙ୍କୁ ଅଟକ ରଖିଥିବା ଏସଡିପିଓ ମାଝୀ କହିଛନ୍ତି। ବୋରିଗୁମ୍ମା ଥାନାରେ ଏନେଇ ୨୧/୨୧ରେ ଏକ ମାମଲା କ୍ବାରୀର ମାଲିକ କେ.ଶ୍ରୀନିବାସ , ବିସ୍ପୋରକ ଯୋଗାଇଥିବା ବ୍ୟକ୍ତି ପି.ନବୀନଙ୍କ ନାଁରେ ବି ମାମଲା ରୁଜୁ ହୋଇଥିବା କହିଛନ୍ତି ଏସଡିପିଓ।

ସମ୍ବନ୍ଧିତ ଖବର