ଲାଞ୍ଚ ନେଇ ଗିରଫ ବାଲିଅନ୍ତା ତହସିଲଦାରଙ୍କ ବାଲେଶ୍ବର ଘରେ ଚଢ଼ଉ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଫସି ଗିରଫ ହୋଇଛନ୍ତି ଖୋର୍ଧା ଜିଲ୍ଲା ବାଲିଅନ୍ତା ତହସିଲଦାର ଏବଂ ତହସିଲ କାର୍ଯ୍ୟାଳୟର ଜଣେ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ। ବାଲିଅନ୍ତା ତହସିଲ ଅଧୀନରେ ଥିବା କୈଳାସ ରଥ ନାମକ ଜଣେ ବ୍ୟକ୍ତିଙ୍କର ଜମି କିସମ ବଦଳାଇବା ପାଇଁ ‌ତହସିଲଦାର ଟଙ୍କା ଦାବି କରୁଥିବା ଭିଜିଲାନ୍ସ ଅଭିଯୋଗ ହୋଇଥିଲା। ଫଳରେ ଆଜି ପୂର୍ବାହ୍ନରେ ତହସିଲ ଅଫିସ୍ ନିକଟରୁ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ସାହୁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ପରେ ଏନେଇ ତଦନ୍ତ କରିବା ପରେ ଉଭୟ ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରାଯାଇଥିଲା। ପରେ ତହସିଲଦାର ଶ୍ରୀମତୀ ପ୍ରଧାନଙ୍କର ବାଲିଅନ୍ତାରେ ଥିବା ଏକ ଆପାର୍ଟମେଣ୍ଟର ଭଡ଼ାଘରେ, ତାଙ୍କ ନିଜ ଘର ବାଲେଶ୍ବର ଜିଲ୍ଲାର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତରେ ଏବଂ ବାଲେଶ୍ବର ମ୍ୟୁନିସିପାଲିଟି ୨୮ ନମ୍ବର ୱାର୍ଡ ଅଧୀନ ତଳସାହିରେ ଥିବା ଏକ ଦୁଇମହଲା ବିଶିଷ୍ଟ ଘରେ ଭିଜିଲାନ୍ସର ଏକାଧିକ ଟିମ୍ ଚଢ଼ାଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର