ଆସନ୍ତାକାଲି ଚନ୍ଦ୍ରଗ୍ରହଣ: ଏହି ସବୁ ଦେଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ରାତି ୧୧ଟା ୧୫ରୁ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ | ଏବେ ଦ୍ବିତୀୟ ଚନ୍ଦ୍ରଗ୍ରହଣ ଜୁନ୍ ୫ରେ ଦେଖିବାକୁ ମିଳିବ । ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହାକୁ ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ପାର୍ଥକ୍ୟ କରିବା କଷ୍ଟକର ହେବ | ଯେତେବେଳେ ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଅଂଶ ଦେଇ ଗତି କରେ ସେତେବେଳେ ଏଭଳି ଘଟେ | ତେବେ ଜୁନ ମାସରେ ହେଉଥିବା ପୂର୍ଣ୍ଣିମାକୁ ‘ଷ୍ଟ୍ରବେରୀ ମୁନ’ ବୋଲି ମଧ୍ୟ କୁହାଯାଉଛି | କାରଣ ଜୁନରେ ଉତ୍ତର-ପୂର୍ବ ଯୁକ୍ତରାଷ୍ଟ୍ରରେ କ୍ଷୁଦ୍ର ଷ୍ଟ୍ରବେରୀ ଋତୁ ଆରମ୍ଭ ହୋଇଥାଏ, ତେଣୁ ଏହି ମାସର ପୂର୍ଣ୍ଣିମୀ ଜହ୍ନର ନାମ ‘ଷ୍ଟ୍ରବେରୀ ମୁନ’ ବୋଲି ରଖାଯାଇଛି | ଜୁନ୍ ପରି, ଜୁଲାଇର ପୂର୍ଣ୍ଣିମାକୁ ‘ଥଣ୍ଡର ମୁନ’ କୁହାଯାଏ, କାରଣ ବର୍ଷର ଏହି ସମୟରେ ବାରମ୍ବାର ବଜ୍ରପାତ ହୋଇଥାଏ |

indianexpress

ମିଳିଥିବା ସୂଚନା ମୁତାବକ, ଜୁନ୍ ମାସର ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଆଫ୍ରିକାରେ ଦେଖାଯିବ | ଶୁକ୍ରବାର ରାତି ୧୧:୧୫ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୩୪ମିନିଟରେ ସର୍ବ ମୋକ୍ଷ ହେବ । ଭାରତୀୟ ସମୟ ଅନୁଯାୟୀ, ଏହି ଆଂଶିକ ଚନ୍ଦ୍ରଗ୍ରହଣ ଜୁନ୍ ୫ତାରିଖ ରାତି ୧୧:୧୫ରେ ଆରମ୍ଭ ହେବ ଏବଂ ଜୁନ୍ ୬ତାରିଖ ୧୨ଟା ୫୪ମିନିଟରେ ପୃଥିବୀର ଦୁର୍ବଳ ଛାୟା ସଂପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଆଚ୍ଛାଦନ କରିବା ପରେ ଏହା ସର୍ବାଧିକ ଚନ୍ଦ୍ରଗ୍ରହଣରେ ପହଞ୍ଚିବ | ପରେ ଆଂଶିକ ଚନ୍ଦ୍ର ଗ୍ରହଣ ଜୁନ୍ ୬ ଭୋର ୨ଟା ୩୪ମିନିଟରେ ସର୍ବ ମୋକ୍ଷ ହେବ।

ସମ୍ବନ୍ଧିତ ଖବର