କୃଷି ଆଇନକୁ ବିରୋଧ କରି ଯାଜପୁରରୋଡ୍ ଷ୍ଟେସନରେ ରେଳରୋକ

ବ୍ୟାସନଗର: ଅଖିଳ ଭାରତ କୃଷକ ସଂଘର୍ଷ ସମିତି ଆହ୍ୱାନରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ମଧ୍ୟାହ୍ନ ୧୨ ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ମିଳିତ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଯାଜପୁର ରୋଡ୍‌ ରେଲୱେ ଷ୍ଟେସନରେ ରେଳରୋକ କରାଯାଇଛି। ସେଠାରେ ଏକ ପ୍ରତିବାଦ ସଭାରେ ଆଇଏନଟିୟୁସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସିଆଇଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ଓ ଏଆଇୟୁଟିୟୁସିର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ଯୋଗଦେଇ କୃଷି ଆଇନକୁ ସମାଲୋଚନା କରିଥିଲେ।

ଆଇଏନଟିୟୁସିର ପରମାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ଖଣ୍ଡାଇ, ପଦ୍ମନାଭ ନାୟକ, ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ସତ୍ୟପ୍ରକାଶ କୁଅଁର, ସିଆଇଟିୟୁର ନିର୍ମଳ ରଥ, ସୁରେଶ ସାହୁ, ଗଣେଶ ସାହୁ, ଧୀରେନ୍ଦ୍ର ବେହେରା, ବେବିନା ଯେନା, ଅଛୁତା ପ୍ରଧାନ, ବିଜୟାନନ୍ଦ ମଲ୍ଲିକ, ମହେନ୍ଦ୍ର ମହାପାତ୍ର, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ରତ୍ନାକର ପାତ୍ର, କାହ୍ନୁ ନାୟକ, ସନ୍ତୋଷ ବରାଳ, ସଞ୍ଜୁଲତା ବାରିକ, ଲିଲି ମହାନ୍ତି, ମାଳତୀ ଟୁଡୁ, ପଦ୍ମାବତୀ କିସ୍କୁ, ଅମ୍ବିକା ନାୟକ, ଏସକେ କରିମ, ସୁବ୍ରତ ଜେନା, ନୃସିଂହ ମହାନ୍ତ, ମେଘନାଦ ମଲ୍ଲିକ, ବିଜୟ ଜେନା, ରାଜକିଶୋର ମହାନ୍ତ ଓ ଚୈତନ୍ୟ ସାହୁ ପ୍ରଭୃତି କେନ୍ଦ୍ର ସରକାରଙ୍କ ଜିଦଖୋର ମନୋବୃତ୍ତି, ଅଗଣତାନ୍ତ୍ରିକ ପଦକ୍ଷେପକୁ ନିନ୍ଦା କରିଥିଲେ। ଦେଶ ତମାମ ଅଶାନ୍ତି ସୃଷ୍ଟି ପାଇଁ ବିଜେପି ସରକାର ଦାୟୀ ରହିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ। ସମଗ୍ର ଯାଜପୁର ରୋଡ୍‌ ରେଲୱେ ଷ୍ଟେସନକୁ ପୁଲିସ ଛାଉଣି କରି ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବା ସହିତ ଅପରାହ୍‌ଣ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ କରିବା ପ୍ରଶାସନର ଏକ ଷଡ଼ଯନ୍ତ୍ର ବୋଲି ମିଳିତ କେନ୍ଦ୍ରୀୟ ଟ୍ରେଡ଼୍‌ ୟୁନିଅନର ନେତାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର