ନିଲାମ ହୋଇପାରିଲେନି ଭଜି; ଆଇପିଏଲର ଦ୍ବିତୀୟ ଦାମୀ ଖେଳାଳି ହେଲେ କାଇଲ୍ ଜେମ୍ସନ୍, ୧୫କୋଟିରେ କିଣିଲା ଆରସିବି

ଚେନ୍ନାଇ: ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି। ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି। ଏଥରେ ୧୬୪ ଜଣ ଭାରତୀୟ ଖେଳାଳି ଥିବା ବେଳେ ୧୨୫ ଜଣ ବିଦେଶୀ ଖେଳାଳି ଅଛନ୍ତି। ତେବେ ନିଲାମୀର ପ୍ରଥର ସେସନ ଶେଷ ସୁନ୍ଧା ଆଇପିଏଲର ଦ୍ବିତୀୟ ଦାମୀ ଖେଳାଳୀ ହୋଇଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର କାଇଲ୍ ଜେମ୍ସନ୍। କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ କିଣିଥିବା ଆରସିବି କାଇଲ୍ ଜେମ୍ସନଙ୍କୁ ୧୫କୋଟିରେ କିଣିଛି।

Image result for kyle jamieson
The Week

ତେବେ ପ୍ରଥମ ସେସନ ସୁଦ୍ଧା ନିଲାମୀରେ ଅଲୋଡା ପଡ଼ିଯାଇଛନ୍ତି ହରଭଜନ ସିଂହ। ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ ତାଙ୍କୁ କିଣିନଥିବା ଜଣାପଡ଼ିଛି। ଦିନେ ନିଜ ବୋଲିଂରେ ଯାଦୁ ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ନିଲାମୀରେ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମୀ ବେଳେ ତାଙ୍କୁ କୌଣସି ଫ୍ରାଞ୍ଚାଇଜମାନେ କିଣିନଥିବା ଜଣାପଡ଼ିଛି । ତେବେ ଚେତେଶ୍ବର ପୂଜାରାଙ୍କୁ ୫୦ଲକ୍ଷ ଟଙ୍କାରେ କିଣିଛି ସିଏସକେ।

ଏପର୍ଯ୍ୟନ୍ତ ନିଲାମୀ ହୋଇପାରିନଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରହିଛନ୍ତି

କରୁଣ ନାୟାର(ବେସ ପ୍ରାଇସ ୫୦ଲକ୍ଷ)
ଆଲେକ୍ସ ହାଲ୍ସ(ବେସ ପ୍ରାଇସ ୧.୫୦କୋଟି)
ଜାସନ୍ ରୟ(ବେସ ପ୍ରାଇସ ୨କୋଟି)
ଇଭିନ୍ ଲୁଇସ୍(ବେସ ପ୍ରାଇସ ୧‌କୋଟି)
ଆରୋନ ଫିଞ୍ଚ(ବେସ ପ୍ରାଇସ ୧କୋଟି)
ହନୁମା ବିହାରୀ(ବେସ ପ୍ରାଇସ ୧କୋଟି)
ହିମାଂଶୁ ରାଣା(ବେସ ପ୍ରାଇସ ୨୦ଲକ୍ଷ)
ହରି ନିଶାନ୍ତ(ବେସ ପ୍ରାଇସ ୨୦ଲକ୍ଷ)
ରାହୁଲ ଗହଲୌଟ(ବେସ ପ୍ରାଇସ ୨୦ଲକ୍ଷ)

ହିମାତ୍ ସିଂ(ବେସ ପ୍ରାଇସ ୨୦ଲକ୍ଷ)
ବିଷ୍ଣୁ ସୋଲାଙ୍କି(ବେସ ପ୍ରାଇସ ୨୦ଲକ୍ଷ)

ଏପର୍ଯ୍ୟନ୍ତ ନିଲାମୀ ହୋଇପାରିନଥିବା ବୋଲରଙ୍କ ମଧ୍ୟରେ ରହିଛନ୍ତି

ଶେଲଡନ୍ କୋଟ୍ରେଲ୍(ବେସ ପ୍ରାଇସ ୧କୋଟି)
ଆଦିଲ ରସିଦ(ବେସ ପ୍ରାଇସ ୧.୫କୋଟି)
ରାହୁଲ ଶର୍ମା(ବେସ ପ୍ରାଇସ ୫୦ଲକ୍ଷ)
ମୁଜିବ ଉର ରହମାନ(ବେସ ପ୍ରାଇସ ୧.୫କୋଟି)
ହରଭଜନ ସିଂ(ବେସ ପ୍ରାଇସ ୨କୋଟି)
ଇଶ୍ ସୋଡି(ବେସ ପ୍ରାଇସ ୫୦ଲକ୍ଷ)
କାଇସ୍ ଅହମ୍ମଦ(ବେସ ପ୍ରାଇସ ୫୦ଲକ୍ଷ)
ମୁଜତାବା ୟୁସୁଫ୍(ବେସ ପ୍ରାଇସ ୨୦ଲକ୍ଷ)
ଅଙ୍କିତ ସିଂ ରାଜପୁତ(ବେସ ପ୍ରାଇସ ୩୦ଲକ୍ଷ)
କୁଲଦୀପ ସେନ୍(ବେସ ପ୍ରାଇସ ୨୦ଲକ୍ଷ)
ତୁଷାର ଦେଶପାଣ୍ଡେ(ବେସ ପ୍ରାଇସ ୨୦ଲକ୍ଷ)
କରଣଭୀର ସିଂ(ବେସ ପ୍ରାଇସ ୨୦ଲକ୍ଷ)
ସନ୍ଦୀପ ଲାମିଚାନେ(ବେସ ପ୍ରାଇସ ୪୦ଲକ୍ଷ)
ମିଡୁନ୍ ସୁଦର୍ଶନ(ବେସ ପ୍ରାଇସ ୨୦ଲକ୍ଷ)
ତେଜାସ ବାରୋକା(ବେସ ପ୍ରାଇସ ୨୦ଲକ୍ଷ)

ଏପର୍ଯ୍ୟନ୍ତ ନିଲାମୀ ହୋଇପାରିନଥିବା ଅଲରାଉଣ୍ଡରଙ୍କ ମଧ୍ୟରେ ରହିଛନ୍ତି

କେଦାର ଯାଦବ(ବେସ ପ୍ରାଇସ ୨କୋଟି)
ଅତୀତ ସେଠ(ବେସ ପ୍ରାଇସ ୨୦ଲକ୍ଷ)
ଆୟୁଷ ବାଡୋନି(ବେସ ପ୍ରାଇସ ୨୦ଲକ୍ଷ)
ଭେଙ୍କଟେଶ ଆୟର୍(ବେସ ପ୍ରାଇସ ୨୦ଲକ୍ଷ)
ବିବେକ ସିଂ(ବେସ ପ୍ରାଇସ ୨୦ଲକ୍ଷ)

ସମ୍ବନ୍ଧିତ ଖବର