ପାରାଦୀପ ବେଳାଭୂମିରୁ ମିଳିଲା ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ୍

ପାରାଦୀପ ସମୁଦ୍ର ବେଳାଭୂମିରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ ବା ଲଙ୍ଗ ସ୍ନାଉଟେଡ୍ ସ୍ପିନର ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ ।

ପାରାଦ୍ଵୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ । ଏହାର ଉପର ଭାଗ କଳା ଚିକ୍ ଚିକ୍ ଦେଖାଯାଉଥିବା ବେଳେ ଏହାର ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି । କୁଜଙ୍ଗ ବନ ବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ । ତେବେ ଏହା ଏକ ଅଣ୍ଡିରା ଡଲଫିନ ଏବଂ ବ୍ୟବଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର