ଦଳେ ଭୂତ ହଇରାଣ କରୁଛନ୍ତି ବୋଲି ଦର୍ଶାଇ ଥାନାରେ ଅଭିଯୋଗ କଲେ ଜଣେ ଗୁଜରାଟୀ; ଦୁଇଜଣଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

ଅହମଦାବାଦ: ‘ଦଳେ ଭୂତ’ ହଇରାଣ କରୁଛନ୍ତି ବୋଲି ଦର୍ଶାଇ ପଞ୍ଚମାଞ୍ଚଳ ଜିଲ୍ଲାର ଜଣେ ବ୍ୟକ୍ତି ଅଭିଯୋଗ ଦାଏର କରିବା ପରେ ମଙ୍ଗଳବାର ଦିନ ଗୁଜରାଟ ପୁଲିସ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରିଛି।

ଅଭିଯୋଗ ପତ୍ରରେ ୩୫ ବର୍ଷିୟ ବର୍ଷାଙ୍ଗଭାଇ ବରିୟା ଅଭିଯୋଗ କରିଛନ୍ତି ଯେ, ନିକଟରେ ତାଙ୍କର ଦଳେ ଭୂତଙ୍କ ସହ ମୁହାଁମୁହିଁ ‌ହୋଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ପଞ୍ଚମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ଜମ୍ବୁଘୋଡ଼ା ତାଲୁକ ଅଞ୍ଚଳର ଗୋଟାଏ ପଡ଼ାରେ ବସବାସ କରୁଥିବା ବରିୟା ମଙ୍ଗଳବାର ଦିନ ଥାନାକୁ ଧାଇଁ ଯାଇ ଜୀବନ ବଞ୍ଚାଇବା ପାଇଁ ପୁଲିସ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ।

Image Courtesy of India Today

ପ୍ରଥମେ ଚକିତ ହୋଇ ଯାଇଥିଲେ ମଧ୍ୟ ପୁଲିସ ମାନସିକ ଭାରସାମ୍ୟ ନ ଥିବା ପରି ଜଣାପଡୁଥିବା ବରିୟାଙ୍କ ଅଭିଯୋଗ ପଞ୍ଜିକୃତ କରିଥିଲା। ପରେ ବରିୟାଙ୍କ ପରିବାର ଆସି ତାଙ୍କ ମାନସିକ ଅବସ୍ଥା ସଂକ୍ରାନ୍ତରେ ପୁଲିସକୁ ଜଣାଇଥିଲେ। ବରିୟା ଯେ, ଥାନାକୁ ଚାଲି ଆସିବେ, ଏ ଧାରଣା ସେମାନଙ୍କର ହୋଇ ନ ଥିଲା ବୋଲି ମଧ୍ୟ ସେମାନେ ପୁଲିସକୁ କହିଥିଲେ।

ବର୍ଷାଙ୍ଗଭାଇଙ୍କ ଭାଇ ମହେଶ ବରିୟା କହିଛନ୍ତି ଯେ, ଅଭିଯୋଗକାରୀଙ୍କର ବର୍ଷେ ହେବ ମାନସିକ ଚିକିତ୍ସା ଚାଲିଛି ଏବଂ ଗତ ୧୦ ବର୍ଷ ହେବ ସେ ଔଷଧ ଖାଇ ନାହାନ୍ତି।

ସମ୍ବନ୍ଧିତ ଖବର