ରାୟଗଡ଼ା: ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

ରାୟଗଡ଼ା: ବରଯାତ୍ରୀ ବସ୍‌ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ ରାୟଗଡ଼ା ବ୍ଲକ ଅନ୍ତର୍ଗତ ପିପିଳିଗୁଡ଼ା ଠାରୁ ବରଯାତ୍ରୀ ବସ୍‌ ବାହାରି ଥିଲା। ନିର୍ଦ୍ଧାରିତ ସ୍ଥଳରେ ପହଂଚିବା ପୂର୍ବରୁ ବାଟରେ ଏହାର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚିଛି।

ସମ୍ବନ୍ଧିତ ଖବର