ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟର ସଭ୍ୟ ଭାବେ ମନୋନୀତ ହେଲେ ଉଚ୍ଚଶିକ୍ଷା ପରିଷଦର ଆଂଚଳିକ ନିର୍ଦେଶକ

ଜୟପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟର ସଭ୍ୟ ଭାବେ ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦେଶକ ତ୍ରିନାଥ ପ୍ରସାଦ ରଥ ମନୋନୀତ ହୋଇଥିବା ସୂଚନା ମିଳିଛି। ଆଜି ତାଙ୍କୁ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କଲେଜର ଏନଏସଏସ ଅଧିକାରୀ ଡ.ମନୋରଂଜନ ପ୍ରଧାନ, ଜିଲ୍ଲା ଏନଏସଏସ୍ ସଂଯୋଜକ କିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ୧୮ବର୍ଷ ଧରି ଜୟପୁର ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସିଥିଲେ ଶ୍ରୀ ରଥ।

ସମ୍ବନ୍ଧିତ ଖବର