ପାରାଦ୍ବୀପରେ ୧୩୨ ବିଧାୟକ ଓ ଜଣେ ସାଂସଦ, ଆଇଏନଏସ ‘‘ଜଳସ୍ବା’’ରେ ଭ୍ରମଣ କଲେ

ଜଗତସିଂହପୁର: ପାରାଦୀପରେ ୧୩୨ ବିଧାୟକ ଓ ଜଣେ ସାଂସଦ। ସେମାନେ ପ୍ରଥମେ ଅଠରବାଙ୍କି ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ‘‘ଜଳସ୍ବା’’ରେ ଭ୍ରମଣ କରିଛନ୍ତି । ଗୋଟିଏ ଦିନ ସମୁଦ୍ରରେ ବୁଲିବେ ବିଧାୟକ, ମନ୍ତ୍ରୀ ଓ ମାନ୍ୟବର ବାଚସ୍ପତି। ଏହି ଆଇଏନଏସ ‘ଜଳସ୍ବା’ ର ବିଶେଷତ୍ବ ହେଲା ଏହି ଯୁଦ୍ଧ ଜାହାଜ ଉଭୟ ଜଳ ଓ ସ୍ଥଳ ଭାଗରେ ଚାଲି ପାରିବ। ୧୬ ହଜାର ୬୦୦ ଟନ ପର୍ଯ୍ୟନ୍ତ ଜିନିଷ ପରିବହନ କରି ଘଣ୍ଟା ପ୍ରତି ୪୦ କିମି ବେଗରେ ଏହା ଗତି କରି ପାରିବ। ୧୯୭୧ ମସିହା ଇଣ୍ଡୋ ପାକ୍ ଯୁଦ୍ଧ ବିଜୟର ସ୍ମାରକୀ ବା ବିଜୟ ଦିବସ ପାଳନ ଅବସରରେ ଭାରତୀୟ ନୌସେନା ପ୍ରତ୍ୟେକ ବର୍ଷ ଏହି “ଡେ ଆଟ୍ ସି “ର କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହାର ଉଦ୍ଦେଶ୍ୟ ସାଧାରଣ ଜନତାଙ୍କୁ ନୌସେନାର ଶକ୍ତି ସମ୍ପର୍କରେ ଅବଗତ କରାଇବା। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ସଦସ୍ୟ ଓ ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି।

Sambad

ସେନା କିପରି କାର୍ଯ୍ୟ କରୁଛି, ବାଣିଜ୍ୟିକ ଓ ତଟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ଏହାର ଉଦ୍ଦେଶ୍ୟ। ଏଥିରେ ନୌସେନା ଜାହାଜ ଆଇଏନଏସ ଜଳସ୍ବା ସହିତ ଆଇଏନଏସ ସିବାଲିକ, ଆଇଏନଏସ ଶକ୍ତି ଓ ଆଇଏନଏସ ସାହଦ୍ରୀ ସାମିଲ ହୋଇଛନ୍ତି। ଏଥିସହିତ ବିଶାଖାପଟନମ୍ ସ୍ଥିତ ଇଣ୍ଟନ ଫ୍ଲାଇଟର ୪ଟି ଭୟଙ୍କର ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର