ଦରମା ପାଇଁ ପୂର୍ବତନ ବିଧାୟକଙ୍କୁ ଘେରିଲେ ଆରଆଇଟି କର୍ମଚାରୀ

ରାଉରକେଲା: ରାଉରକେଲା ବୈଷୟିକ ଡିପ୍ଲୋମା କଲେଜ (ଆରଆଇଟି)ର ୮୦ରୁ ଅଧିକ କର୍ମଚାରୀ ସୋମବାର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କୁ ସିଟି କର୍ଯ୍ୟାଳୟରେ ଘେରାଉ କରିଥିଲେ।

ସୂଚନାଯୋଗ୍ୟ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଆଇଟି)ରେ ଏବେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୮୦ରୁ ଅଧିକ କର୍ମଚାରୀଙ୍କୁ କିଛିମାସ ହେବ ଦରମା ମିଳି ନାହିଁ। ଯାହାଫଳରେ କର୍ମଚାରୀଙ୍କୁ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହେଉଛି।

କର୍ତ୍ତୃପକ୍ଷ ଅନ୍ୟ କର୍ମଚାରୀଙ୍କୁ ଅଳ୍ପ ଦରମା ଦେଇ କାମ କରାଇ ନେଉଛନ୍ତି । ଏହାକୁ ନେଇ କର୍ତ୍ତୃପକ୍ଷ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବକେୟା ଦରମା ପାଇଁ ଅନେକ ସମୟରେ କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିଲେ ହେଁ କୌଣସି ସୁଫଳ ପାଇ ପାରି ନଥିଲେ। ଏଥିପ୍ରତି ଆର୍‌ଆଇଟି କର୍ତ୍ତୃପକ୍ଷଙ୍କ ତିଳେ ମାତ୍ର ନଜର ନଥିବା ବି ଆର୍‌ଆଇଟି କର୍ମଚାରୀ କହିଛନ୍ତି।

ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ଯାଇ କର୍ମଚାରୀମାନେ ତାଙ୍କୁ ସିଟି କାର୍ଯ୍ୟାଳୟରୁ ଛାଡ଼ି ଥିଲେ।

 

ସମ୍ବନ୍ଧିତ ଖବର