ମା ବିରଜାଙ୍କ ହୁଣ୍ଡିରୁ ମିଳିଲା ୫ ଲକ୍ଷ ଟଙ୍କାର ଦାନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରର ୩ଟି ହୁଣ୍ଡିରୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦାନ ସଂଗ୍ରହ କରାଯାଇଛି। ଉପ ଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଜ୍ୟୋତିଶଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଦାନକୁ ଗଣା ଯାଇଥିଲା। ମୋଟ ୪ ଲକ୍ଷ ୫ ହାଜର ୯ଶହ ଟଙ୍କା ଦାନ ଆକାରରେ ମିଳିଥିବା ନିଜାରତ ଅଧିକାରୀ ଅନୁପ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ସମୟରେ ଟ୍ରଷ୍ଟବୋର୍ଡ ସଦସ୍ୟ ତଥା ତହସିଲଦାର ସୁଶାନ୍ତ କୁମାର ପତି, ଦେବୀ ପାଣି, ପ୍ରଭାତ ପାଣି, ଗୁରୁଚରଣ ମହାରଣା, ମଳୟ ପଣ୍ଡା ପ୍ରମୁଖ ଗଣନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର