ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ମୃତି ଓ ଅନୁଭୂତି ଶୀର୍ଷକ  କବିତା ଆସର

ଫୁଲବାଣୀ: ବିଦାୟ ବର୍ଷକୁ ନେଇ ସ୍ମୃତି ଓ ଅନୁଭୂତି ଶୀର୍ଷକ ଏକ କବିତା ଆସର ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ଲେଖକ ସମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନୁଷ୍ଠିତ  ଆସରରେ ବହୁ କବି ଓ କବୟ୍ରିତ୍ରୀ ଯୋଗ ଦେଇ ସ୍ମୃତି ଓ ଅନୁଭୂତିର କବିତା ପାଠ କରିଥିଲେ। କବି ବିଷ୍ଣୁପ୍ରସାଦ ମିଶ୍ର,ଅଶୋକ ମିଶ୍ର, ଶ୍ରୀରାମ ସାହୁ, ଦୁର୍ଯୋଧନ ପ୍ରଧାନ, ରାମକୃଷ୍ଣ ବେହେରା, ଡ.ଚିତ୍ତରଂଜନ ମିଶ୍ର, ନବୀନ କିଶୋର ପଣ୍ଡା, କୁମାର କୁନ୍ଦନ ସିଂ, ବିକେ କମଲ, ଆଶିଷ କୁମାର ବେହେରା, ବିଦୁଲତା ବେହେରା, ସୋମନାଥ ସାହୁ  ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କବୟିତ୍ରୀ ହରପ୍ରିୟା ମିଶ୍ର ସଂଯୋଜନା କରିଥିଲେ। ସମ୍ବାଦ ସାହିତ୍ୟ ଘର ସମ୍ପାଦକ କୈଳାସଚନ୍ଦ୍ର ଧଳ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ସଂଯୋଜକ ତଥା ସମ୍ବାଦ ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ୟାମସୁନ୍ଦର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର