ସମ୍ବାଦ ପ୍ରଭାବ: ମୁଖ୍ୟ କେନାଲ ମରାମତି କାମ ଜାରି

ଜୟପୁର: ରବି ଚାଷ ପାଇଁ ଏହି ମାସ ୧୬ତାରିଖରେ ଛଡାଯିବ ଉପରକୋଲାବ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରୁ ପାଣି। ଏହି ବର୍ଷ ୨୩ହଜାର ୬୦୦ ହେକ୍ଟର ଜମିକୁ ପାଣି ଯୋଗାଇବା ଲକ୍ଷ୍ୟ ରହିଛି। ତେବେ ଏହାର ମରାମତି, ଦେଖାରଖା, ରକ୍ଷଣାବେକ୍ଷଣ ଠିକରେ ହେଉ ନଥିବାରୁ ବହୁ ସମୟରେ ମୁଖ୍ୟ କେନାଲରେ ବିଭିନ୍ନ ସ୍ଥାନରେ ବଡ ବଡ ଘାଇ ସୃଷ୍ଟି ହୋଇଥିଲା। ଏନେଇ ଏକ ରିପୋର୍ଟ ସମ୍ବାଦରେ ପ୍ରକାଶ ପାଇଥିଲା। ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ମୁଖ୍ୟ କେନାଲରେ ଦେଖାଦେଇଥିବା ଘାଇ ଆଦିର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଳିଛି।

ପ୍ରକାଶଯୋଗ୍ୟ, ଜଳଭଣ୍ଡାରର ପାଣି ଛଡା ଉପରେ ଜୟପୁର, ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ରବି ଚାଷୀମାନେ ସଂପୂର୍ଣ୍ଣ ରୂପେ ନିର୍ଭର। ଜଳଭଣ୍ଡାରରୁ ପାଣି ବାହାରିବା ପରେ ମୁଖ୍ୟକେନାଲ ୧୭.୮୫ କିଲୋମିଟର, ଶାଖା କେନାଲ ୫.୧୩୬ କିଲୋମିଟର, ଡିଷ୍ଟ୍ରିବ୍ୟୁଟରି କେନାଲ ୬୪.୧୮୮ କିଲୋମିଟର, କ୍ଷୁଦ୍ର ଜଳସେଚନ କେନାଲ ୭୧.୮୨୯କିଲୋମିଟର, ଅତିରିକ୍ତ କ୍ଷୁଦ୍ର ଜଳସେଚନ କେନାଲ ୮୬.୫୦କିଲୋମିଟର ଏଭଳି ସର୍ବମୋଟ ୨୪୫.୫୦୩କିଲୋ ମିଟରର କେନାଲ ମାଧ୍ୟମରେ ଏହି ତିନି ବ୍ଲକର ଚାଷୀଙ୍କ ଜମିକୁ ପାଣି ପହଞ୍ଚୁଛି। ଘାଇ ଏବଂ ମରାମତି ଠିକରେ ହୋଇପାରି ନଥିବାରୁ ଏହି ୩ବ୍ଲକର ଚାଷୀଙ୍କ ଜମି ତଥା ତଳମୁଣ୍ଡକୁ ତଳମୁଣ୍ଡକୁ ପାଣି ପହଂଚିବାକୁ ମାସ ମାସ ସମୟ ଲାଗୁଛି।

ସମ୍ବନ୍ଧିତ ଖବର