କରୋନା ଚିନ୍ତା: ହୋମ୍‌ କ୍ବାରାଣ୍ଟିନରେ ସମ୍ବଲପୁରର ୨୭, ବୁଧବାର ଗୋଟିଏ ଦିନରେ ୧୭

ସମ୍ବଲପୁର: କରୋନା ଆଶଙ୍କାରେ ଆଜି ଗୋଟିଏ ଦିନରେ ସମ୍ବଲପୁରର ୧୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମ୍‌ କ୍ବାରାଣ୍ଟିନକୁ ପଠାଯାଇଛି। ଏମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସମେତ ଦେଶ ତଥା ଦେଶ ବାହାରର ଅନେକ ବ୍ୟକ୍ତି ଅଛନ୍ତି। ଦେଶ କିମ୍ବା ରାଜ୍ୟ ବାହାରୁ ଆସିଥିବା ତଥା ଥଣ୍ଡା, କାଶ, ଛିଙ୍କରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷଣ କରାଯାଉଛି। ଏଥିରୁ କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ନାହିଁ। ତେଣୁ କାହାକୁ ବୁର୍ଲା ଡାକ୍ତରଖାନା ପଠାଯାଇ ନାହିଁ। ସେମାନେ ବାହାରୁ ଆସିଥିବାରୁ କ୍ବାରାଣ୍ଟିନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରର ୪୦ ଜଣଙ୍କ ପରୀକ୍ଷଣ କରାଯାଇଛି। ଏଥିରୁ ୨୭ ଜଣ କ୍ବାରାଣ୍ଟିନରେ ଅଛନ୍ତି। ୪ ଜଣ ସେମାନଙ୍କ ଅବଧି ପୂରଣ କରି ସାରିଛନ୍ତି।

ସମ୍ବନ୍ଧିତ ଖବର