ଯୁଯୁମୁରା : ହାତୀ ଉପଦ୍ରବରେ ଘର ଭାଙ୍ଗିଲା

ଯୁଯୁମୁରା : ଯୁଯୁମୁରା ବ୍ଲକ ଅଂଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବ ଥମିବାର ନା ନେଉନି। ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଠରଲି ଗାଁରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ହାତୀପଲ ଉପଦ୍ରବ କରିଛନ୍ତି। ବିଘ୍ନରାଜ ବାଙ୍କ, ଲାଲବିହାରୀ ବାଙ୍କ ଓ ରବୀନ୍ଦ୍ର ବାଙ୍କଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଚାଉଳକୁ ଫିଙ୍ଗି ଫୋଫାଡ଼ି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଝାଙ୍କରପାଲି ଫରେଷ୍ଟର ସୂର୍ଯ୍ୟନାରାୟଣ ଖିଲାରୀ ହାତୀ ଘଉଡାଇବା ସ୍କ୍ୱାଡ ସହ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ହାତୀକୁ ଘଉଡ଼ାଇଥିଲେ। ତେବେ ହାତୀପଲ ଗାଁ ସଂଲଗ୍ନ ଜଙ୍ଗଲକୁ ଚାଲି ଯାଇଥିଲେ। ବନ ବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ବନ ଓ ରାଜସ୍ୱ ବିଭାଗର ଯୁଗ୍ମ ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର