ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟି ଚୋରି ମାମଲା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର : ରାଜ୍ୟ ସରକାରଙ୍କ ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟି ବେଗ୍‌ ଚୋରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ। ଗିରଫ ବ୍ୟକ୍ତିମାନେ ହେଲେ ରାଉରକେଲାର ଗୋପବନ୍ଧୁଲାଲିର ମନମୋହନ ଝା ଓରଫ ଚେନଗୁଆ (୩୬), ବିଲାଲ ମନସୁରି ଓରଫ ବଣ୍ଟି(୨୦)। ୧୧ ତାରିଖରେ ମନ୍ତ୍ରୀ ପୁରୀ-ଦୁର୍ଗ ଟ୍ରେନର ଦ୍ୱିତୀୟ ଶୀତତାପ ନିୟନ୍ତ୍ରିତ ବଗି(ଏ୧- ୪୩ ଶଯ୍ୟା)ରେ କଣ୍ଟାବାଂଜି ଅଭିମୁଖେ ବାହାରି ଥିଲେ। ମାତ୍ର ବିଳମ୍ବ ରାତିରେ ଭ୍ୟାନିଟି ବେଗ୍‌ ଚୋରି ହୋଇ ଯାଇଥିଲା। ଏଥିରେ ସାମ୍‌ସଂଗ କଂପାନିର ଏକ ମୋବାଇଲ ଫୋନ୍‌ ଓ ନଗଦ ୨୫ ହଜାର ଟଙ୍କା ରହିଥିଲା। ଘଟଣା ସଂକ୍ରାନ୍ତରେ ଟିଟିଲାଗଡ଼ ଷ୍ଟେସନରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର