ବୁର୍ଲାରେ ବ୍ୟାପୁଛି କରୋନା ସଂକ୍ରମଣ, ଭିସୁଟ୍ ଲିଙ୍କରେ ଆଉ ଜଣେ କର୍ମଚାରୀ ପଜିଟିଭ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଜନୈକା ଅଧ୍ୟାପିକା ପଜିଟିଭ୍ ଚିହ୍ନଟ ପରଠାରୁ ଜଣକ ପରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ଥିବା ଘଟଣା ସାମ୍ନାକୁ ଆସୁଛି ।

ଇତିମଧ୍ୟରେ ଭିସୁଟ୍ ଲିଙ୍କରେ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଥିବା ସମୟରେ ଗୁରୁବାର ସକାଳୁ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କଣ୍ଟ୍ରାକ୍ଟର କଲୋନିର ଆଉ ଜଣେ ସୁରକ୍ଷା କର୍ମୀ(୪୦) ପଜିଟିଭ୍ ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଛି। ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସକାଳ ୧୦ଟାରେ ଉକ୍ତ ସୁରକ୍ଷା କର୍ମୀଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ପ୍ରଶାସନ ପକ୍ଷରୁ ଫୋନ୍ ଯୋଗେ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସଂଧ୍ୟା ଯାଏ ତାଙ୍କୁ ସ୍ଥାନାନ୍ତର କରାଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଉକ୍ତ ସୁରକ୍ଷା କର୍ମୀ ବୁଧବାର ମଧ୍ୟ ବିଶ୍ବବିଦ୍ୟାଳୟକୁ ଡ୍ୟୁଟିରେ ଯାଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୨୯ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର