ଜୟପୁର: ସ୍ଥାନୀୟ ମାଦଳାସାହିସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଗୋଟିଏ ସ୍ଥାନରେ ଖାଦ୍ୟ ସହ ସଉଦା ଦୋକାନ ‘ସପ୍ ଏନ୍ ଡାଇନ୍’ ଖୋଲିଛି। ଏଠାରେ ବିଭିନ୍ନ ରକମର ଘରୋଇ ସଉଦା, ଡାଇରି ସାମଗ୍ରୀ, ସ୍ନାକ୍ସ ଓ କ୍ରାକର୍ସ, ଚକଲେଟ୍, ଥଣ୍ଡା ପାନୀୟ ସହ ସମସ୍ତ ଘରୋଇ ଜରୁରୀ ସାମଗ୍ରୀ ବିକ୍ରି କରାଯାଉଛି। ଏହା ସହ ଏଠାରେ ଖାଦ୍ୟ କର୍ନର ଖୋଲିଛି।
ଏହି ପରିସରରେ ହିଁ ପିଜା, ବର୍ଗର, ସାଣ୍ଡଉଇଚ୍, କ୍ରିସ୍ପି ଚିକେନ୍, ପାବ୍ ଭାଜି ବିକ୍ରି କରାଯାଉଛି। ସେହିଭଳି ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଏହି ପରିସରରେ ହିଁ ଲସି, ଦହି ସରବତ, ଫ୍ରୁଟ ଜୁସ୍ , କାଞ୍ଜିବଡ଼ା, ଦହି ଭଲ୍ଲା କାଉଣ୍ଟର ବି କରାଯାଇଛି। ଏହା ସହ ଉପରୋକ୍ତ ସମସ୍ତ ସାମଗ୍ରୀକୁ ଦୋକାନରେ ଆସି କିମ୍ବା ଫୋନ୍ ନମ୍ବରରେ ଅର୍ଡର ଦେଲେ ହାଉସ୍ ଡେଲିଭରି ବି ଦିଆଯିବ ବୋଲି କହିଛନ୍ତି ଏହାର ମାଲିକ ସମ୍ବିତ ମହାପାତ୍ର। ବିନାଶୁଳ୍କରେ ହାଉସ୍ ଡେଲିଭରି କରାଯିବ। ଏହି ପରିସରରେ ଗୋଟିଏ କର୍ଣ୍ଣର କରାଯାଇଛି, ଯେଉଁଟି ନିଜ ପରିବାରକୁ ନେଇ ଆରାମରେ ବସି ଖାଦ୍ୟ ବି ଖାଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।