ସାପ ସହ ନିଆରା ସମ୍ପର୍କ ବାନ୍ଧିଥିବା ମଣିଷଟିଏ ଖଗେଶ୍ୱର

ରେମୁଣା: ସାପ ସହ ମିଠା ସମ୍ପର୍କ | ସାପ ସହିତ ରହିବା, ସାପ ସହିତ ଖେଳିବା ଏବଂ ସାପକୁ ଚୁମ୍ବନ କରିବା। ସାପ ତାଙ୍କ ପାଇଁ ଶତ୍ରୁ ନୁହେଁ ବରଂ ବନ୍ଧୁ। ସାପ ସହ ସମ୍ପର୍କ ବାନ୍ଧିଥିବା ଖଗେଶ୍ୱରଙ୍କ କାହାଣୀ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ | ଏମିତି ଏକ ସାପ-ମଣିଷର ବନ୍ଧୁତା ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ବ୍ଲକ୍‌ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବୋରେଇ ଗାଁରେ।ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରୀପୁର ଗାଁର ଖଗେଶ୍ବର ଦାସ(୫୮)।

ଆଉ ଖଗେଶ୍ୱର ଦୀର୍ଘଦିନ ଧରି କାକବୋରେଇ ଅଞ୍ଚଳରେ ରହିଆସୁଛନ୍ତି। ଖଗେଶ୍ବର ବିଭିନ୍ନ ସ୍ଥାନରୁ ଆଘାତ ପାଇଥିବା ସାପକୁ ଆଣି ନିଜ ପାଖରେ ରଖନ୍ତି ଏବଂ ସେମାନଙ୍କୁ ପ୍ରାକୃତିକ ଜଡ଼ିବୁଟି ଦେଇ ଚିକିତ୍ସା କରନ୍ତି | ସାପଙ୍କୁ ଏତେ ଭଲ ପାଆନ୍ତି ଯେ ସେମାନଙ୍କୁ ପାଟିରେ ଚୁମ୍ବନ ଦେଇ ଗେଲ କରନ୍ତି।

ସେ ୨୦/୨୫ରୁ ଅଧିକ ସାପ କାମୁଡ଼ା ରୋଗୀକୁ ଭଲ କରିବାରେ ସଫଳ ବି ହୋଇଛନ୍ତି। ସାପ ଧରିବା ସମୟରେ ସେ କେତେ ଥର ଚୋଟ ଖାଇ ପ୍ରାକୃତିକ ଚିକିତ୍ସାରେ ଭଲ ବି ହୋଇଛନ୍ତି। ସାପ ସହିତ ତାଙ୍କ ସଂପର୍କ ନିବିଡ଼। ଜୀବନକାଳ ଭିତରେ ସେ ୨ ହଜାରରୁ ଅଧିକ ସାପ ଧରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର