୧୬ରେ ରାଜଗାଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, ଫଳାଫଳ ଘୋଷଣା ଉପରେ ହାଇକୋର୍ଟଙ୍କ ରହିତାଦେଶ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଚଳିତ ମାସ ୧୬ରେ ନିର୍ବାଚନ ହେବ। ଅଧ୍ୟକ୍ଷ ପଦକୁ ନେଇ ଉଭୟ କଂଗ୍ରେସ ଓ ଶାସକ ବିଜେଡି ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବ୍ଲକ୍ ଥିବା ମୋଟ ୨୦ ଟି ଆସନ ମଧ୍ୟରୁ ବର୍ତ୍ତମାନ ୧୮ଜଣ ସମିତି ସଭ୍ୟଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହେବ। ବୁଚୁକୁପଡ଼ା ସମିତି ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷ କୁସଲ ଲୁଗୁନଙ୍କର ଦେହାନ୍ତ ଏବଂ କୁକୁଡ଼ାମୁଣ୍ଡା ସମିତି ସଭ୍ୟା ଯାହାକୁ ନେଇ ଚିନ୍ତାରେ କଂଗ୍ରେସ ଦଳ ପଡ଼ିଛି। ଗତ ନିର୍ବାଚନରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ନ ଥାଇ ମଧ୍ୟ (୧୦-୧୦) ଭୋଟ ପ‌ାଇଥିଲା। କଂଗ୍ରେସ ବିରୋଧି ଜେଏମଏମ ଏବଂ ବିଜେପି ପ୍ରାର୍ଥୀମାନେ ଭୋଟ ଦେଇଥିଲେ। ଯାହା ଫଳରେ କଂଗ୍ରେସ ଦଳ ଶାସକ ଦଳ ଉଭୟ ସମାନ ସମାନ ଭୋଟ ପାଇଥିବାରୁ ଧର୍ମଗୁଳାରେ କଂଗ୍ରେସ ଦଳକୁ ବିଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା।

ବର୍ତ୍ତମାନ ଜେଏମଏମର ସମିତି ସଭ୍ୟ ସୁଶୀଲ ଲାକଡ଼ା ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। ଫଳତ ଶାସକ ଦଳର ସଂଖ୍ୟାଗରିଷ୍ଠତା ଦେଖାଯାଇଛି। ବର୍ତ୍ତମାନ ଶାସକ ଦଳର ମୋଟ ୧୮ରୁ ୧୧ ଜଣ ସମିତି ସଭ୍ୟ ଅଛନ୍ତି। ଯାହାଫଳରେ ଶାସକ ଦଳ ଏଥିରେ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି। ସେହିପରି କଂଗ୍ରେସ ଦଳ ମଧ୍ୟ ରଣନୀତି ଆରମ୍ଭ କରି ଦେଇଛନ୍ତି।

ବିଧାୟକ ଡ଼ା. ରାଜନ ଏକ୍କା ନିଜ ବ୍ଲକର ଅଧ୍ୟକ୍ଷ ପଦକୁ ନିଜ ସପକ୍ଷରେ ଆଣିବା ପାଇଁ ନିଜର ଚାଣକ୍ୟ ନୀତି ଆରମ୍ଭ କରିଛନ୍ତି। ରାଜଗାଙ୍ଗପୁର ବ୍ଲକ ନିର୍ବାଚନରେ ଉଭୟ କଂଗ୍ରେସର ବିଧାୟକ ଏବଂ ଶାସକ ଦଳର ପୂର୍ବତନ ବିଧାୟକ ତଥା ଉପ-ସଭାପତି ମଙ୍ଗଳା କିସାନଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଛି। ଅନ୍ୟପକ୍ଷରେ କିସାନଙ୍କର ବିରୋଧି ମଧ୍ୟ ମଙ୍ଗଳା କିସାନଙ୍କୁ ଚେକ ଦେବାକୁ କଂଗ୍ରେସ ଦଳ ଆଡ଼କୁ ମୁହାଉଛନ୍ତି। ଆଗାମୀ ନିର୍ବାଚନରେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ରାଜନୀତିଜ୍ଞ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର