ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଶୋକ

ଜାତୀୟ ପତାକା କରାଗଲା ଅର୍ଦ୍ଧନମିତ

ଜୟପୁର: ବାଲେଶ୍ବର ଜିଲ୍ଲାର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀ ଶୋକ ପାଳନ ଅନୁଯାୟୀ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ରୋଟରୀର ଜାତୀୟ ପତାକାକୁ ଦିନିକିଆ ଅର୍ଦ୍ଧ ନମିତ କରାଯାଇଛି। ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ ବାଲେଶ୍ବର ବାହନଗା ନିକଟରେ ହୋଇଥିବା ମର୍ମନ୍ତୁଦ କରମଣ୍ଡଳ ଏକ୍ସପ୍ରେସ, ୟଶବନ୍ତପୁର ଏକ୍ସପ୍ରେସ ଓଗୁଡସ୍ ଟ୍ରେନ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ୨୪୦ଜଣ ମରିଯାଇଥିଲେ। ଏବେ ବି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏଥି ପାଇଁ ଦିନିକିଆ ରାଜ୍ୟସ୍ତରୀୟ ଶୋକ ପାଳନ କରାଯିବା ସହ ଜାତୀୟ ପତାକାକୁ ଅର୍ଦ୍ଦନମିତ କରିବାକୁ ରାଜ୍ୟ ଗୃହମନ୍ତ୍ରଳାୟ ନିର୍ଦେଶ ଜାରୀ କରିଛି।  ଏହି କ୍ରମରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ରୋଟରୀର ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇଥିଲା। ଅର୍ଦ୍ଧନମିତ କରିବା ସମୟରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୁଲିସ କର୍ମଚାରୀ ଆଦି ଉପସ୍ଥିତ ଥିଲେ।

 

 

ସମ୍ବନ୍ଧିତ ଖବର