ଆର୍‌ଏସ୍‌ପି କ୍ବାର୍ଟର୍ସରୁ ସୁନାଗହଣା ଚୋରି

ରାଉରକେଲା: ସେକ୍ଟର-୧୭ସ୍ଥ ସି -୮୫ କ୍ବାର୍ଟର୍ସରେ କଳାକନା ବୁଲାଇଛନ୍ତି ଚୋର। ଗତକାଲି ବିଳମ୍ବିତ ରାତିରେ ଚୋରମାନେ କ୍ବାର୍ଟର୍ସ ପଛପାର୍ଶ୍ବ ଆଜବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା, ଟିଭି, ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଛନ୍ତି। ସେକ୍ଟର-୧୫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ଖବର ଅନୁଯାୟୀ ସେକ୍ଟର-୧୭ କ୍ବାର୍ଟର୍ସ ନଂ ସି -୮୫ରେ ରବିନ୍ଦ୍ର କୁମାର ସ୍ବାଇଁ ଓ ତାଙ୍କ ସାନ ଭାଇ ହରେକୃଷ୍ଣ ସ୍ବାଇଁ ରହନ୍ତି। ଦୁହେଁ ଆର୍‌ଏସ୍‌ପିରେ ଚାକିରି କରନ୍ତି। ଗତକାଲି ‘ସି’ ସିଫ୍ଟ ଡ୍ୟୁଟି ଥିବାରୁ ଦୁଇ ଭାଇ ଘରେ ତାଲାମାରି ଆର୍‌ଏସ୍‌ପିକୁ ଯାଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଚୋରମାନେ ପଛପାର୍ଶ୍ବ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ।

ସମ୍ବନ୍ଧିତ ଖବର