ସେଲ୍ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ୨୪ଘଣ୍ଟିଆ ଧର୍ମଘଟ, ଠିକା ଶ୍ରମିକଙ୍କୁ ନେଇ ଚାଲିଛି ଉତ୍ପାଦନ

ରାଉରକେଲା : ଏନଜେସିଏସ ବୈଠଜରେ ତୁରନ୍ତ ମଜୁରି ଚୁକ୍ତିନାମା ଓ ଅନ୍ୟାନ୍ୟ ଦାବିରେ ସେଲ  ପରିଚାଳନାଧୀନ ସମସ୍ତ ଇସ୍ପାତ କାରଖାନା ରେ ଆଜି ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ଧର୍ମଘଟର ପ୍ରଭାବ ରାଉରକେଲା ରେ ଦେଖିବାକୁ ମିଳିଛି । ସିଟୁ , ବିଏମଏସ , ରାଉରକେଲା ଶ୍ରମିକ ସଂଘ, ଗାଙ୍ଗପୁର ମଜଦୁର ମଞ୍ଚ ସମେତ ୧୦ଟି ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ ଆଜି ସକାଳୁ ଆରଏସପି ର ମୁଖ୍ୟ ଫାଟକ ଏବଂ ପାୱାର ଗେଟ ସମ୍ମୁଖରେ ଧାରଣା ଦେଇ ଏ ସିଫ୍ଟ ରେ କାରଖାନା କୁ ଯାଉଥିବା କର୍ମଚାରୀଙ୍କୁ ଛାଡିନଥିଲେ । ଫଳରେ ସେଠାରେ କିଛି ସମୟ ଲାଗି ଉତ୍ତେଜନା ଦେଖାଦେଇଥିଲା । ସଂଗେ ସଂଗେ ସେଠାରେ ମୁତୟନ ଥିବା ପୋଲିସ ଙ୍କ ହସ୍ତକ୍ଷେପ ଫଳରେ ସ୍ଥିତି ନିଅନ୍ତ୍ରଣ ରେ ରହିଛି । ମିଳିତ ଟ୍ରେଡ଼ ଇଉନିଅନର କର୍ମକର୍ତ୍ତା ମାନେ ବିଶ୍ରା ଛକ ରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ସୂଚନା ଯୋଗ୍ୟଯେ ମଜୁରୀ ଚୁକ୍ତିନାମା ରେ ସେଲ କର୍ତ୍ତୃପକ୍ଷ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ସମସ୍ତ ସେଲ ପରିଚାଳନାଧୀନ ଇସ୍ପାତ କାରଖାନା ରେ ଧର୍ମଘଟ ର ଡାକରା ଦିଆଯାଇଛି । ଏହି ଧର୍ମଘଟ ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଧର୍ମଘଟକୁ ବେଆଇନ ଘୋଷଣା କରିଛନ୍ତି । ସେପଟେ ଧର୍ମଘଟ ପ୍ରଭାବରେ ଆରଏସପିର ଉତ୍ପାଦନ ବ୍ୟାହତ ହୋଇଛି କ୍ଷ ବିଭିନ୍ନ ବିଭାଗର ଅଧିକାରୀ ମାନେ ଠିକା ଶ୍ରମିକଙ୍କୁ ନେଇ କାମ କରୁଛନ୍ତି ।

ସମ୍ବନ୍ଧିତ ଖବର