ଅବହେଳା କାହାର, ଭୋଗୁଛି କିଏ? ଆସିଲାନି ପରୀକ୍ଷା ଫଳ, ଅନ୍ଧାରରେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ

ନବୀନ ନିବାସ ଆଗରେ ଧାରଣା ଚେତାବନୀ

ବାରିପଦା : ଦୁଇଦିନ ହେଲା ପ୍ରକାଶ ପାଇଛି +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ । କରୋନା କାଳରେ ବିନା ପରିକ୍ଷାରେ ପ୍ରକାଶିତ ରେଜଲ୍ଟକୁ ନେଇ ଅନେକ ଛାତ୍ର ଛାତ୍ରୀ ନିଜ ନିଜର ଉଜ୍ୱଳ ଭଭିଶ୍ୱତକୁ ନେଇ ସୁନେଲି ସ୍ୱପ୍ନ ଦେଖିବା ସହ ଖୁସି ମନାଉଥିବାର ଦେଖିବାକୁ ମିଳୁଛି । ହେଲେ ଜଣେ ସରକାରୀ କଲେଜର ଦାୟିତ୍ୱହୀନ ଓ ବେପରୁଆ କାର୍ଯ୍ୟ ପାଇଁ ଆଜି ଜଣେ ମେଧାବି ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି । ଛାତ୍ରୀ ଜଣଙ୍କ ଏକପ୍ରକାର ନିରୂପାୟ ହୋଇପଡିଛନ୍ତି।  ମାନ୍ୟବର ଉଚ୍ଚ ନ୍ୟାୟଲୟଙ୍କ ନିର୍ଦ୍ଦେଶ ପରେବି କୌଣସି ଫଳ ନମିଳିବାରୁ ଏବେ ଝିଅକୁ ନେଇ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେବୋଲି କହିଛନ୍ତି ଅସହାୟ ପିତା ହୃଷୀକେଶ ମହାନ୍ତି।
 ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଝାଟିଗଡା ପଂଚାୟତ ତରାପୁରର ହୃଷିକେଶ ମହାନ୍ତିଙ୍କ ଝିଅ ରାଜଶ୍ରୀଙ୍କ ସହିତ । ରାଜଶ୍ରୀ ବାଲେଶ୍ୱର ଜିଲ୍ଲା ଅମର୍ଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ +୨ ବିଜ୍ଞାନର ଦ୍ଵିତୀୟ ବର୍ଷର ଛାତ୍ରୀ ରହିଥିଲେ । କରୋନା ମହାମାରୀ ସମୟରେ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପରୀକ୍ଷାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଥିଲା ଏବଂ ପର ମୁହୁର୍ତରେ ବିନା ପରୀକ୍ଷାରେ ମୂଲ୍ୟାଙ୍କନ କରାଯିବା ନେଇ ଉଚ୍ଚ ମାଦ୍ଦମିକ ପରିଷଦ ପକ୍ଷରୁ ନିସ୍ପତି ନିଆଯାଇଥିଲା ଏବଂ ଗତ ୩୧ ତାରିଖରେ +୨ ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ହେଲେ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ସମସ୍ତଙ୍କର ଫଳାଫଳ ପ୍ରକାଶ ପାଇଥିବା ବେଳେ ଫର୍ମଫିଲଫ୍ କରିଥିଲେ ସୁଦ୍ଧା ଏଡମିଟ୍ କାର୍ଡ ପାଇନଥିରୁ ଛାତ୍ରୀ ରାଜଶ୍ରୀ ମୋହାନ୍ତିଙ୍କର ଫଳ ପ୍ରକାଶ ପାଇପାରିନାହିଁ । ଏହାର କାରଣ ହେଉଛି ତତ୍କାଳୀନ ପ୍ରିନ୍ସିପାଲ ଶ୍ରୀକାନ୍ତ ଜେନା ଛାତ୍ରୀ ଜଣକର ଫର୍ମ ଟି କାଉନସିଲ୍‌କୁ ପଠେଇନଥିଲେ । ଯାହା ଏକ ସାଂଘାତିକ ଭୁଲ୍ ବୋଲି କୁହାଯାଇପାରିବ । ଏଭଳି ଘଟଣା ଘଟିଥିବା ନେଇ ଛାତ୍ରୀ ଜଣକ ଝାଣିବା ପରେ କଲେଜ୍ କର୍ତୃପକ୍ଷଙ୍କୁ ଏନେଇ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଅନିରୋଧ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଛାତ୍ରୀ ଜଣକ ଗତ ମାସ ୧୩ ତାରିଖରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ମାନ୍ୟବର ହାୟକୋର୍ଟ ଉଚ୍ଚ ମାଦ୍ଦମିକ ପରିଷଦର ନିୟନ୍ତ୍ରକ ଏବଂ ଉକ୍ତ କଲେଜ୍ କର୍ତୃପକ୍ଷକୁ ପତ୍ର ମାଧ୍ୟମରେ ଏହି ଘଟଣାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଗତ ଦୁଇଦିନ ହେବ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଛାତ୍ରୀ ଜଣଙ୍କ ଏଥିରୁ ବଂଚିତ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେବି କୌଣସି ସୁଫଳ ନମିଳିବାରୁ ବାପ ଝିଅ ଏବେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ଏ ନେଇ ସିଦ୍ଧେଶ୍ୱର ମହାବିଦ୍ୟାଳୟର ବର୍ତମାନର ପ୍ରିନ୍ସିପାଲ ଅକ୍ଷୟ କୁମାର ପରିଡାଙ୍କ ସହ ଆଲୋଚନା କରିବାରୁ ସେ କଲେଜ୍ ପକ୍ଷରୁ ହୋଇଥିବା ଭୁଲକୁ ସ୍ୱିକାର କରିବା ସହ ଦୁଃଖ ପ୍ରକାଶ କରିଥିଲେ । ଏହା ପୂର୍ବର ଅଧ୍ୟକ୍ଷଙ୍କ ସମୟରେ ହୋଇଛି। ତତ୍କାଳୀନ ଅଧ୍ୟକ୍ଷ ଏବଂ କିରାଣୀଙ୍କ ଦାୟିତ୍ୱ ହୀନତା ପାଇଁ ଛାତ୍ରୀଜଣଙ୍କ ଆଜି ଏଭଳି ଅବ୍ୟସ୍ଥା ହୋଇଥିବା ସେ କହିଛନ୍ତି । ଅନଲାଇନ୍ ମାଧ୍ୟମରେ କଲେଜ ର ସମସ୍ତ ଛାତ୍ରଛାତ୍ରୀଙ୍କର ଫର୍ମ କାଉନସିଲ୍ କୁ ପଠାଯାଉଥିବା ସମୟରେ ଏହି ଛାତ୍ରୀ ଜଣକର ଫର୍ମଟି ରହିଯାଇଥିଲା । ତେବେ ପର ମୁହୁର୍ତରେ ପ୍ରିନ୍ସିପାଲ ଶ୍ରୀଯୁକ୍ତ ପରିଡା ଛାତ୍ରୀ ଜଣକ ପାଇଁ ଚେୟାରମେନ୍ ଅଫ୍ କାଉନସିଲ୍ ତୁଶାରକାନ୍ତି ତ୍ରୀପାଠିଙ୍କ ସହ ଆଲୋଚନା କରି ପୁଣି ଦ୍ୱିତୀୟ ଥର ଛ୍ରାତୀଙ୍କର ସବୁ ଡୋକୁମେଣ୍ଟ ପରୀକ୍ଷା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ପାଖକୁ ପଠାଇଥିଲେ ହେଲେ ସେଠାରେ ଅଧିକାରୀ ଜଣକ କୌଣସି କଥା ସୁଣିନଥିଲେ । ଏବଂ ସାରା ରାଜ୍ୟରେ ୧୩ ହଜାର ଚାତ୍ରଛାତ୍ରୀଙ୍କର ଏଭଳି ଅବସ୍ଥା ହିଇଥିବା କହିଥିବା ବେଳେ ଯାହା ୧୩ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଯାହା ନିନ୍ନୟ ନିଆଯିବ ତାହା ଏହି ଛାତ୍ରୀର ମଧ୍ୟ ହେବ ବୋଲି କହିଥିବା କହିଛନ୍ତି ପ୍ରିନ୍ସିପାଲ ଶ୍ରୀ ପରିଡ଼ା । ତେବେ ଏଠି ପ୍ରଶ୍ନ ଉଠୁଛି କଲେଜ୍ ପକ୍ଷରୁ ହୋଇଥିବା ଏହି ସାଂଘାତିକ ଭୁଲ ପାଇଁ ଛାତ୍ରୀ ଜଣଙ୍କ କାହିଁକି ଦଣ୍ଡ ପାଇବେ ? ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ଆବଶ୍ୟକ ହୋଇପଡିଥିବା ବେଲେ ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରି ଜଣେ ଛାତ୍ରୀଙ୍କର ଭବିଶ୍ୱତକୁ ନେଇ ଖେଳ ଖେଳିଥିବା କଲେଜ କର୍ତୃପକ୍ଷ ଏବଂ କାର୍ଯ୍ୟରତ କିରାଣୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ସମ୍ବନ୍ଧିତ ଖବର