ବ୍ୟବସାୟୀଙ୍କ ଘରୁ ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ରାଉରକେଲା: ରାଉରକେଲା ସହରରେ ଜଣେ ଧନୀ ବ୍ୟବସାୟୀଙ୍କ ଘରୁ ଡକାୟତି ଯୋଜନା ପଣ୍ଡ ହୋଇଛି। ଗୋପବନ୍ଧୁପାଲି ଅଞ୍ଚଳରେ ୫ ଜଣ ଡକାୟତ ଗତକାଲି ରାତିରେ ବିଭିନ୍ନ ମାରଣାସ୍ତ୍ର ସହ ଏହି ଡକାୟତି ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପ୍ଲାଣ୍ଟସାଇଟ ପୁଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ହେବାକୁ ଥିବା ପିସ୍ତଲ, ଗୁଳି , ବୋମା , ଛୁରି ଆଦି ପୁଲିସ ଜବତ କରିଛି। ଏହି ଡକାୟତମାନଙ୍କ ପୂର୍ବ ଅପରାଧିକ ପୃଷ୍ଠଭୂମି ଉପରେ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର