ପୋଲରୁ ବସ୍‌ ଖସିପଡ଼ିବା ଘଟଣା : ଚାଳକ ବିରୋଧରେ ମାମଲା ରୁଜୁ

ସମ୍ବଲପୁର : ଗୌଡ଼ପାଲି ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସେହି ୪ରେ ସ୍ଥିର ରହିଛି। ବସରେ ଥିବା ମୋଟ ୩୬ ଜଣଙ୍କ ମଧ୍ୟରୁ ୩୦ ଜଣ ବୁର୍ଲା ବଡ଼ ଡାକ୍ତରଖାନା ଓ ସମ୍ବଲପୁର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ଦୁଇ ଜଣଙ୍କୁ ସାମାନ୍ୟ ଉପଚାର କରି ଛାଡ଼ି ଦିଆ ଯାଇଛି। ସେହିପରି ୪ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ର ଡ୍ରାଇଭର୍‌ ହିମାଂଶୁ ନାୟକଙ୍କ ବିରୋଧରେ ସଦର ଥାନା ପୁଲିସ ମାମଲା ରୁଜ୍ଜୁ କରିଛି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାର ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର