କାଠଫାଳିଆରେ ଯୁବକଙ୍କୁ ହତ୍ଯା: ପୁଲିସର ତଦନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ଗାଁରେ ଯୁଵକଙ୍କୁ ନିର୍ମମ ହତ୍ଯା। ମୃତକ ହେଲେ କରନିପଡା ବାସିନ୍ଦା ଦେବୀ ଦାସ। ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ କାଠିଫାଳିଆରେ ପ୍ରହାର କରି ହତ୍ୟା କରିବା ପରେ ନିକଟସ୍ଥ ବଘିଆପଡା ଅଙ୍ଗନବାଡି କେନ୍ଦ୍ର ଆଗରେ ଫିଙ୍ଗି ଦେଇଛି। ଆଜି ସକାଳୁ ତାଙ୍କ ମୃତଦେହ ଅଙ୍ଗନବାଡି ସମ୍ମୁଖରେ ପଡିଥିବା ଗାଁ ଲୋକେ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ସଦର ଉପଖଣ୍ଡ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଓ ସଦର ଥାନା ପୁଲିସ ଏଏସଆଇ ଭୁବନେଶ୍ୱର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ମୃତ ଦେବୀ ଦାସ ଅବିବାହିତା ଥିଲେ, ସେ ବଘିଆପଡାରେ ରହୁଥିବାବେଳେ ମାଗିଯାଚି ଖାଉଥିଲେ। ତେବେ ତାଙ୍କୁ କିଏ, କାହିଁକି ହତ୍ଯା କରିଛି, ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର