ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଏସ୍‌ବିଆଇ ଟ୍ରେନିଂ କେନ୍ଦ୍ର ନିର୍ଦ୍ଦେଶକ ଗିରଫ

ରାଉରକେଲା : ରାଉରକେଲାରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାମୀଣ ସ୍ବରୋଜଗାର ତାଲିମକେନ୍ଦ୍ରରେ ସିଲେଇ ତାଲିମ ନେଉଥିବା ମହିଳାମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଲିମକେନ୍ଦ୍ରର ନିର୍ଦ୍ଦେଶକ ରଞ୍ଜନ କୁମାର ନନ୍ଦୀଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ତାଲିମ ନେଉଥିବା ସମସ୍ତ ମହିଳାଙ୍କ ଲିଖିତ ଏତଲା ଆଧାରରେ ରଘୁନାଥପାଲୀ ପୁଲିସ ଶ୍ରୀ ନନ୍ଦୀଙ୍କୁ ଗିରଫ କରିଥିଲା। ସେପଟେ ମହିଳାମାନେ ନିର୍ଦ୍ଦେଶକ ନନ୍ଦୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଚାକିରିରୁ ନିଲମ୍ବିତ କରିବାକୁ ଦାବି କରି ପାଟିତୁଣ୍ଡ କରିବାରୁ ତାଲିମକେନ୍ଦ୍ରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ସମ୍ଭାବ୍ୟ ପରିସ୍ଥିତିକୁୁ ଦୃଷ୍ଟିରେ ରଘୁନାଥପାଲୀ ଥାନା ପକ୍ଷରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରା ଯାଇଥିଲା।

ସମ୍ବନ୍ଧିତ ଖବର