ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ:ଭୋର୍ଟ ବର୍ଜନ କରିବେ ଶୀତଳପଡାର ୧୧୨୬ ଭୋଟର

ରାଉରକେଲା: ମୌଳିକ ସୁବିଧାର ବଞ୍ଚିତ ଶୀତଳପଡାର ୧୧୨୬ ଭୋଟର ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଶୀତଳଭଡା ଶିବପାର୍ବତୀ ମନ୍ଦିର ପରିସରରେ ଭୋଟ ବର୍ଜନ କରିବାକୁ ନେଇ ବୈଠକ ବସିଥିଲା। ଶୀତଳପଡା ୟୁଥ, ମାତୃଶକ୍ତି ମହିଳା ସମିତି, ଶୀତଳପଡା ବଜରଙ୍ଗ ଦଳର ଶତାଧିକ ଭୋଟର ଉପସ୍ଥିତ ଥିଲେ। ବସ୍ତିର ବିଭିନ୍ନ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ତିନି ସଙ୍ଗଠନର କର୍ମକର୍ତ୍ତା ବସ୍ତିର ଘରେ ଘରେ ବୁଲି ଭୋଟ ନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଜିଲ୍ଲାପ୍ରଶାସନ , ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ସତ୍ବେ ଶୀତଳପଡାକୁ ୱାର୍ଡ ସାମିଲ କରାନ ଯିବା ଓ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। କହିଛନ୍ତି, ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ସତ୍ବେ ମୌଳିକ ସେବା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ବସ୍ତିରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବାରମ୍ବାର ସର୍ଭେ ସତ୍ବେ ୬୦%ରୁ ଅଧିକ ଘରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇ ନାହିଁ। ବିଜୁଳି ଆଲୋକ, ପାନୀୟ ଜଳ ସମସ୍ୟା ‌ଯୋଗୁଁ ବର୍ଷ ବର୍ଷ ଧରି ବସ୍ତିବାସିନ୍ଦାଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ନିର୍ବାଚନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ନ ଦେଲେ ବସ୍ତିର ସମସ୍ତ ଭୋଟର ଲୋକସଭା, ବିଧାନସଭାରେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି। ଯୁବ ଶକ୍ତିର ସୋନୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାଳୁ ଚରଣ ସାହୁ, ଅନୀଲ ରାଡତ, ବିଷ୍ଣୁ ଚରଣ ସାହୁ, କାହ୍ନୁ ପାତ୍ର, ରମେଶ ସୁନା, ମାତୃଶକ୍ତି ମହିଳା ସମିତିର ସଭାନେତ୍ରୀ କଳ୍ପନା ଜେନା, ସାଧାରଣ ସମ୍ପାଦିକା ସୁକାନ୍ତି ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର