ସୁନ୍ଦରଗଡ଼ ଓ ରାଉରକେଲାରେ ସପ୍ତାହାନ୍ତ ସଟଡାଉନ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ରାଉରକେଲା: କରୋନା ଭୟାବହତାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ସୁନ୍ଦରଗଡ଼ ଓ ରାଉରକେଲା ସହର ସମେତ ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆଜିଠୁ ଆରମ୍ଭ ହୋଇଛି। ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶକ୍ରମେ ସହରର ପ୍ରବେଶ ପଥରେ ନାକା କରା ଯାଇଥିବା ବେଳେ ଗାଡିମଟର ଯାଞ୍ଚ୍ କରାଯାଉଛି । ଜରୁରୀ ସେବାକୁ ଅନୁମତି ଥିବା ବେଳେ ସହରରେ ସବୁ ଦୋକାନବଜାର ବନ୍ଦ ରହିଛି । ସହରର ସବୁ ବର୍ଗର ଲୋକ ଏହି ସଟଡାଉନକୁ ସମର୍ଥନ ଜଣାଇଛନ୍ତି। ରାଉରକେଲା ଜିଲ୍ଲା ପୁଲିସ ଦ୍ୱାରା ଗଠିତ ୩୦ଟି ଏନଫୋର୍ସମେଣ୍ଟ ଟିମ ସହର ଓ ଏହାର ଆଖପାଖରେ ଯାଞ୍ଚ ଜାରି ରଖିଛନ୍ତି । ଯେଉଁ ଅମାନିଆ ନିୟମ ଉଲ୍ଲଂଘନ କରିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସମ୍ବନ୍ଧିତ ଖବର