ଟାଟା-ବାଦାମପାହାଡ ରେଳ ରୁଟରେ ନୂତନ ଷ୍ଟେସନ ପାଇଁ ସର୍ବେକ୍ଷଣ

ରାଇରଙ୍ଗପୁର/ଗୋରୁମହିଷାଣୀ: ଦକ୍ଷିଣପୂର୍ବ ରେଳପଥର ଟାଟା-ବାଦାମପାହଡ ରେଳ ରୁଟର ରାଇରଙ୍ଗପୁର ନିକଟରେ ଏକ ନୂତନ ରେଳ ଷ୍ଟେସନ ନିମନ୍ତେ ବହୁ ବର୍ଷରୁ ଦାବି ହୋଇଆସୁଥିଲା । ତେବେ ରେଳ ବିଭାଗ ଓ ସାନପାଖନା ଗ୍ରା.ପ ପକ୍ଷରୁ ସର୍ବେକ୍ଷଣ ହୋଇଯାଇଛି । ଅଁଳାଯୋଡି ଜଂ ଓ ରାଇରଙ୍ଗପୁର ଷ୍ଟେସନ ମଧ୍ୟରେ ଥିବା ସାନପାଖନା ଗ୍ରା.ପର ନିରଞନ ଗ୍ରାମ ନିକଟରେ ଦକ୍ଷିଣ ପୂର୍ବ ରେଳ ବିଭାଗର ଏକ ପ୍ରତିନିଧି ଦଳ,ସାନପାଖନା ପଂଚାୟତର ସରପଂଚ ଓ ନିରଞନ ଗ୍ରାମର ଗ୍ରାମବାସୀ ମାନେ ସେଠାରେ ନୂତନ ରେଳ ଷ୍ଟେସନ ନିମନ୍ତେ ସର୍ବେକ୍ଷଣ କରାଯାଇଛି ।

ତେବେ ଖୁବ୍ ଶିଘ୍ର ସେଠାରେ ନୂତନ ଷ୍ଟେସନ ନିମନ୍ତେ ଆବଶ୍ୟକୀୟ ରାସ୍ତା ପଂଚାୟତ ଯୋଗାଇବ ବୋଲି ପ୍ରତିଶ୍ୃତି ଦେଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଷ୍ଟେସନ ନିମନ୍ତେ ଆବଶ୍ୟକୀୟ ଟିକଟେ୍ କାଉନ୍ଟର ନିମନ୍ତେ ଗ୍ୃହ,ଶୌଚାଳୟ,ପାନୀୟ ଜଳ ଓ ସେଡ୍ ପ୍ରଭ୍ୃତି ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ନୂତନ ରେଳ ଷ୍ଟେସନ ପାଇଁ ସର୍ବେକ୍ଷଣ ସରିଥିବା ଖବର ପ୍ରଚାର ହେବା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

ସମ୍ବନ୍ଧିତ ଖବର