ଜୟପୁରରେ ହଷ୍ଟେଲ ନିର୍ମାଣ ପାଇଁ ବିଧାନସଭାରେ ଦାବି କଲେ ବିଧାୟକ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଅନୂସୁଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଜୟପୁର ଏବଂ ଏହାର ପାରିପାର୍ଶ୍ବରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଓ ବିଭିନ୍ନ ଧନ୍ଦାମୂଳକ, ବୈଷୟିକ କଲେଜରେ ପଢ଼ୁଛନ୍ତି। ଏମାନେ ରହିବା ପାଇଁ ହଷ୍ଟେଲ ନିର୍ମାଣ କରିବାକୁ ବିଧାନସଭାରେ ଦାବି କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଏଭଳିକି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯଦିଓ ଛାତ୍ରବାସ ରହିଥିଲେ ହେଁ ଏଠାରେ ବହୁ ପିଲାଙ୍କୁ ହଷ୍ଟେଲରେ ସ୍ଥାନ ମିଳୁନି।

ସେଭଳି ଅନ୍ୟ ଅନୁଷ୍ଠାନରେ ବି ସମାନ ଅବସ୍ଥା। ଅବିଭକ୍ତ କୋରାପୁଟଜିଲ୍ଲାର କେନ୍ଦ୍ରସ୍ଥଳୀ ହୋଇଥିବାରୁ ପିଲା ବି ଏଠାରେ ରହି ପଢ଼ିବାକୁ ଚାହୁଁଛନ୍ତି।  ତେଣୁ ବହୁ ଛାତ୍ରଛାତ୍ରୀ ସହର ମଧ୍ୟରେ ଚଢ଼ାଦରରେ ଭଢ଼ା ଘର ନେଇ ଅଯଥାଖର୍ଚ୍ଚାନ୍ତ ହୋଇ ରହୁଛନ୍ତି। ରାଜ୍ୟ ସରକାର ଏହାରି ମଧ୍ୟରେ ସହରାଂଚଳରେ ଅନୂସୁଚିତ ଜାତି ଓ ଜନଜାତି , ପଛୁଆ ବର୍ଗର ପୁଅ ଓ ଝିଅଙ୍କ ପାଇଁ ଅଲଗାଅଲଗା ହଷ୍ଟେଲ ନିର୍ମାଣ କରିବାକୁ ଯୋଜନା କରିଥିଲେ।

ତାହାକୁ କାର୍ଯ୍ୟକାରୀ କରିବାକୁ ବିଧାୟକ ଶ୍ରୀ ବାହିନୀପତି ଦାବି କରିଥିଲେ। ଅନୂସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଉତ୍ତର ଦେଇ ସେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର