ଆସନ୍ତା ୩ରେ ଖୋଲିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ନିକଟରେ ଥିବା ଦେଶର ଅନ୍ୟତମ ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର କରୋନା ମହାମାରୀ ପାଇଁ ଦୀର୍ଘମାସ ହେଲା ବନ୍ଦ ଥିଲା। ଏବେ ପରିସ୍ଥିତିକୁ ଦେଖି ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲିବାକୁ ଅନୁମତି ମିଳୁଥିବା ବେଳେ ଆସନ୍ତା ୩ ତାରିଖରୁ ତାରାତାରିଣୀ ମନ୍ଦିର ଖୋଲିବ।

କରୋନା କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି। ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତାକାଲି ବୈଠକ ହେବ । କରୋନା ମହାମାରୀ ସଂକ୍ରମଣ ଏବେ ବି କମି ନାହିଁ। ତେଣୁ ଲୋକମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ବି କଟକଣା ଲଗାଯାଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଗୋପଳପୁର ବେଳାଭୂମିକୁ ବନ୍ଦ ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସୂଚନା ଦେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର